
ନୂଆପଡା : ସମଗ୍ର ଓଡ଼ିଶା ଆଜି ବନ୍ଦ ପାଳନ କରୁଛି lଓଡିଶା ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଡକାଯାଇଛି ୬ ଘଣ୍ଟିଆ ବନ୍ଦ ପାଳନ ଡାକରା lମମିତା ମେହେର ଙ୍କ ହତ୍ୟାକାଣ୍ଡ ରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ସିଂ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଅତିଶିଘ୍ର ଇସ୍ତଫା ଦେବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦିଅନ୍ତୁ ବୋଲି ଏମାନଙ୍କ ଦାବୀ lନୂଆପଡା ରେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଶ୍ରୀଯୁକ୍ତ ଘାସୀରାମ ମାଝୀ ଙ୍କ ନେତୃତ୍ବରେ ୬ ଘଣ୍ଟିଆ ବନ୍ଦ ପାଳନ ଚାଲିଥିବାବେଳେ,ଖରିଆର ରେ କଂଗ୍ରେସ ଦଳର ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଇଥିଲା lହେଲେ ମାନ୍ୟବର ହାଇକୋର୍ଟ ର ନିୟମାନୁସାରେ କୈାଣସି ଦୋକାନୀ ଙ୍କୁ ଦୋକାନ ବଜାର ବନ୍ଦ କରିବାକୁ କୁହାଯାଇନଥିଲା ହେଲେ ଅନେକ ଦୋକାନୀ ସ୍ୱତଃ ପ୍ରବୃତ ଭାବେ ଦୋକାନ ବଜାର ବନ୍ଦ କରି ୬ ଘଣ୍ଟିଆ ବନ୍ଦ ପାଳନ କୁ ସମର୍ଥନ ଜଣାଇଥିଲେ lଗତକାଲି ଏନେଇ ଆଗତୁରା ଭାବେ ନୂଆପଡ଼ା ଏସ୍.ପି ଶ୍ରୀମାନ ପ୍ରତ୍ୟୁଷ ଦିବାକର ଏକ ପ୍ରେସ ମିଟ୍ ରଖି ମାନ୍ୟବର ହାଇକୋର୍ଟ ର ବାରଣ ସମ୍ପର୍କରେ ଅବଗତ କରିଥିଲେ lବଡବଡ ଯାନବାହାନ ବନ୍ଦ ଥିବା ସ୍ୱତ୍ତେ ଦୁଇଚକିଆ ଯାନ କାଁଭାଁ ଦେଖିବାକୁ ମିଳିଥିଲା l

ନୂଆପଡା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )