ନୂଆପଡା ଜିଲ୍ଲା ଦୌରା ଜଜ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ସଂଘର ସଭା ଗୃହରେ ଅନୁଷ୍ଠିତ ହୋଇଥିବା ସଭାରେ ନୂତନ ଜିଲ୍ଲା ଜଜ ଭାବେ ଯୋଗଦାନ କରିଥିବା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟନାଏକ ଙ୍କୁ ନୂଆପଡା ଜିଲ୍ଲା ଓକିଲ ସଂଘ ପାରମ୍ପରିକ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢ଼ୀ ଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିବା ସଭାରେ ସମ୍ପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାଗ ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏହାସହ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଜୁଡ଼ିସିଆଲ ଅଫିସର ମାନେ ମଧ୍ୟ ଉପସ୍ଥିତ ଥିଲେ l ଜିଲ୍ଲା ଦୌରା ଜଜ ଙ୍କୁ ନିରପେକ୍ଷ୍ୟ ନ୍ୟାୟ ବିଚାର ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ ସଂଘ ତରଫରୁ କରାଯିବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାଗ ପ୍ରକାଶ କରିଥିଲେ l
ନୂଆପଡା ଇପିଏ ରୁ ଡେନିଷ ରୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )