ନୂଆପଡ଼ାରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବିତରଣ, ୪୭୯ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ-ଶିଳାନ୍ୟାସ

0 9

ନୂଆପଡା ଜିଲ୍ଲାରେ ଖୁସିର ଲହର

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୭୩ ଲକ୍ଷ ଲୋକ ଏହି ସୁବିଧା ସୁଯୋଗ ପାଇବେ । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡାରେ ପ୍ରାୟ ୪୮୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି l
ମୁଖ୍ୟମନ୍ତ୍ରୀ ନବୀନ ବାବୁ କହିଥିଲେ ଯେ ଭଲ ପିଇବା ପାଣି ହେଉଛି ନୂଆପଡାର ଗୋଟିଏ ବିରାଟ ସମସ୍ୟା । ତାକୁ ଦୂରିଭୂତ କରିବା ପାଇଁ ଜିଲ୍ଲାରେ ଥିବା ସମସ୍ତ ବ୍ଲକ, ସବୁ ଗ୍ରାମ ତଥା ସମସ୍ତ ସାହି ମାନଙ୍କୁ ପାଇପ ପାଣି ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମତବ୍ୟକ୍ତ କହିଛନ୍ତି । ନୂଆପଡା ଓ କୋମନା ପାଇଁ ଦୁଇଟି ମେଗା ପାଇପ ପାଣି ଯୋଜନା ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହାଦ୍ବାରା ଜିଲ୍ଲାର ୮୦ % ଲୋକ ଭଲ ପିଇବା ପାଣି ପାଇପାରିବେ
କାର୍ଯ୍ୟକ୍ରମରେ ଖରିଆର ବିଧାୟକ ଶ୍ରୀମାନ ଅଭିରାଜ ପାଣିଗ୍ରାହୀ ଙ୍କ ଅନୁରୋଧକ୍ରମେ ଖରିଆରର ଇଭାନ୍‌ଜେଲିକାଲ ହସ୍‌ପିଟାଲକୁ ବିଏସ୍‌କେୱାଇ ଜନାରେ ସାମିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ବାରା ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲୋକମାନେ ଏହି ହସ୍‌ପିଟାଲରେ ସ୍ମାର୍ଟ କାର୍ଡ ଜରିଆରେ ସମସ୍ତ ପ୍ରକାର ର ଚିକିତ୍ସା ର ସୁବିଧା ସୁଯୋଗ ପାଇପାରିବେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ

‌କହିଛନ୍ତି ଏହି ଯେ,ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ଛୟାନବେ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହୋଇପାରିବେ l ଆମ ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟା ତାଙ୍କର ଦୂରେଇ ଯିବ l ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖଦ ଯନ୍ତ୍ରଣା ଦେଇଥାଏ। ବର୍ତ୍ତମାନ ଲୋକମାନେ କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ଡାକ୍ତରଖାନା ରେ ଭଲ ଚିକିତ୍ସା ପାଇପାରିବେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ଚାଳକ,ସମସ୍ତେ ସମ୍ମାନର ସହ ବଞ୍ଚିକି ରୁହନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି କହିଥିଲେ। ଆମ ପାଇଁଁ ପ୍ରତ୍ୟେକ ସମୟ ସହ ଅମୂଲ୍ୟ ଜୀବନ ବହୁ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମହାମାରୀ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭ କରି ଆଶୁ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି କରୁଛନ୍ତି ମଧ୍ୟ ।ଦେଶର ଅନ୍ନଦାତା ଭାରତ ବର୍ଷ ର ମେରୁଦଣ୍ଡ ବୋଲି ସମଗ୍ର ପୃଥିବୀରେ ବିବେଚିତ ଚାଷୀକୂଳ ଭାବେ ବିବେଚିତ lଏ ଅବସରରେ ନୂଆପଡା ଚାଷୀ ଭାଇ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ନୂଆପଡାର ଚାଷୀମାନେ ଆଜି ବିଭିନ୍ନ ପ୍ରକାର ଫସଲ କରିବା ସହ ବିଭିନ୍ନ ଫସଲ ର ବିବିଧକରଣ, ଜୈବସାର ଓ କୀଟନାଶକ ଉପରେ ଗୁରୁତ୍ବ ଦେଉଛନ୍ତି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି। ନୂଆପଡା ବ୍ଲକ୍‌ର ସଲିହା ଗାଁର ମୋହନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କର ଦେଢ ଏକର ଜମି ଆଜି ସାଢେ ଚାରି ଏକରରେ ପହଞ୍ଚିଲାଣି । ପନିପରିବା ଚାଷ କରି ତାଙ୍କର ରୋଜଗାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ l ଏଣୁକରି ମୋର ପ୍ରିୟ ନୂଆପଡ଼ା ଜିଲ୍ଲା ର ଅଗଣିତ ଚାଷୀଭାଇ ମାନଙ୍କୁ ଅନୁରୋଧ ଯେ, ଆପଣମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ କୁ ହାତଛଡ଼ା କରନ୍ତୁ ନାହିଁ, ନିଜର ଉନ୍ନତି ସହ ରାଜ୍ୟ ର ସମ୍ମାନ ରେ ସାମିଲ ହୁଅନ୍ତୁl ଏହି ମହାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗୀୟ ମନ୍ତ୍ରୀ ଶ୍ରୀମାନ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ନୂଆପଡା ଲୋକପ୍ରିୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିବା ସହିତ, ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଥିଲେ। ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ବିରଳ, ଆଉ କେଉଁ ଠାରେ ଆଜି ପର୍ଯ୍ୟନ୍ତ କେହି ଏ ଭଳି ମହତ କାର୍ଯ୍ୟକ୍ରମ କରିନାହାନ୍ତି ବୋଲି ନିଜନିଜ ମତ ପ୍ରଦାନ କରିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ହଜାର ହଜାର ସଂଖ୍ୟାରେ ଆସିଥିବା ଜନସାଧାରଣ ଙ୍କୁ ଭାଷଣ ପ୍ରସଂଗ ରେ ଉଦବୋଧନ ଦେଇଥିଲେ l

ନୂଆପଡା ଇପିଏ ରୁ ଡେନିଷ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.