ନୂତନ ଥାନା ଅଧିକାରୀ ଙ୍କୁ ଛତ୍ରପୁର ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଅଭିନନ୍ଦନ

0 19

ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଆଦର୍ଶଥାନା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସତ୍ୟ ରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ନେତୃତ୍ୱରେ ପ୍ରେସ କ୍ଲବ ର ସଦସ୍ୟମାନେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି । ପୂର୍ବରୁ ଏହି ଥାନାରେ ଥିବା ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ପୁରୁଷୋତ୍ତମ ପୁର ଥାନାକୁ ବଦଳି ହୋଇଥିବା ବେଳେ ଖଲ୍ଲିକୋଟ ଥାନାର ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଛତ୍ରପୁର ଥାନାକୁ ବଦଳି ହୋଇଥିଲା ।

ଆଜି ଦାୟିତ୍ୱ ନେବା ପରେ , ଛତ୍ରପୁର ଥାନା ଅଞ୍ଚଳରେର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବା ସହ, ଟ୍ରାଫିକ ସମସ୍ୟା, ସ୍ୱଚ୍ଛତା, କୁ ଗୁରୁତ୍ୱ ଦେବେ । ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡାନଜର ରଖାଯିବା ସହ ପୋଲିସ ପେଟ୍ରୋଲିଂ କୁ କଡାକଡ଼ି ପାଳନ କରିବାକୁ ପ୍ରତିଶୃତି ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ପ୍ରଧାନ । ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସଵ ରେ ପ୍ରେସ କ୍ଲବ ର ସାଧାରଣ ସମ୍ପାଦକ ସଂନ୍ତୋଷ କୁମାର ପାଢୀ,କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପ ସଭାପତି ସୁଧିର କୁମାର ନାହାକ, ଓ ଦିଲୀପ କୁମାର ସାମଲ, ସହ ସମ୍ପାଦକ କେ ସତ୍ୟନାରାୟଣ ରେଡି ଓ ଇଜୁ ଅମିନ ଖାଁନ, ଉପଦେଷ୍ଟା ଶ୍ରୀକାନ୍ତ ମହାନ୍ତି, ରବୀନ୍ଦ୍ର ନାଥ ପଣ୍ଡା ଓ ବସନ୍ତ କୁମାର ମହାରଣା, । ବରିଷ୍ଟ ନାଗରିକ ସାମ୍ବାଦିକ କୃପାସିନ୍ଧୁ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ ମିଶ୍ର, ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଅଜିତ କୁମାର ସ୍ୱାଇଁ, ରବୀନ୍ଦ୍ର ନାହାକ, ବିସ୍ମୟ ପ୍ରଧାନ, ଦେବବ୍ରତ ପଣ୍ଡା, ଭଗବାନ ରାଉଳ, ଗୌର ପ୍ରସାଦ ମହାପାତ୍ର, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ବେହେରା, କିଶୋର ମହାନ୍ତି ଓ କେ. ରମେଶ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନୂତନ ଥାନା ଅଧିକାରୀ ଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଆଜି ସ୍ୱାଗତ କରି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି l

ଗଞ୍ଜାମ ଜିଲ୍ଲା ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.