ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଛତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ

0 23

ଯାଜପୁର : ସ୍ୱଛତା ପ୍ରତ୍ୟେକଙ୍କ ପାଇଁ ଅପରିହାର୍ଯ୍ୟ । ସେଥିପାଇଁ ଗାନ୍ଧିଜୀ କହୁଥିଲେ ସ୍ୱଛତା ସ୍ୱାଧୀନତା ଭଳି ଅଧିକ ଜରୁରୀ । ତେଣୁ ପ୍ରତ୍ୟେକ ନିଜ ପରିସରକୁ ସ୍ୱଛ ରଖିବାକୁ ପ୍ରତିଜ୍ଞାବଦ୍ଧ ହେବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ଵଛ ଭାରତ ବା କ୍ଳିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ସ୍ଵଛ ଭାରତ ପୋଷ୍ଟର ଓ ବ୍ୟାନର ଉନ୍ମୋଚନ କରିଥିଲେ । ନିଜ ବକ୍ତବ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ବିଭିନ୍ନ ଗ୍ରାମାଞ୍ଚଳରେ ଅଧିକ ଆବର୍ଜନା ସୃଷ୍ଟି ହେଉଥିବା ୭୫ ଗୋଟି ସ୍ଥାନକୁ ଚିହ୍ନଟ କରାଯାଇଚ୍ଥି ।

ଯେଉଁଠାରେ ନେହେରୁ ଯୁବକେନ୍ଦ୍ରର ସ୍ଵଛସେବୀ , ଲୋକ ପ୍ରତିନିଧି, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କ ଉଦ୍ୟମରେ ତାହାକୁ ପରିଷ୍କାର ପରିଛନ ନ କରାଯାଇ ନିର୍ଦ୍ଧାରିତ ସ୍ଥାନରେ ନଷ୍ଟ କରାଯିବ । ଇତି ମଧ୍ୟରେ ୧୦ ଟି ଯାକ ବ୍ଳ୍‌କ ପାଇଁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଚା୍ଥସେବୀ ଚୟନ ପ୍ରକ୍ରିୟା ସରିଚ୍ଥି । ସେମାନଙ୍କ ସହଯୋଗରେ ଚଳିତ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ୱଛତା ମାସ ପାଳିତ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ । ନେହେରୁ ଯୁବକେନ୍ଦ୍ରର ସଂଯୋଜକ ବାସୁଦେବ ଦାସ ସ୍ୱଛ ଭାରତ କାର୍ଯ୍ୟକ୍ରମର ସୂଚନା ଦେବାସହ ସମସ୍ତଙ୍କୁ ସ୍ୱଛତା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହାୟକ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଏନ୍‌.ସି.ସି. ସଂଯୋଜକ ଅବିନାଶ ଖୁଣ୍ଟିଆ , ନେହେରୁ ଯୁବ କେନ୍ଦ୍ରର ଅର୍ଥ ପରାମର୍ଶଦାତା ସୁଭେନ୍ଦ୍ର ନାଥ ସାହୁ, କର୍ମଚାରୀ ରାଜ କିଶୋର ବେହେରା, ପୁରାତନ ସ୍ୱଛସେବୀ ହିମାଂଶୁ ମଳିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସପଂଳ କରିଥିଲେ । ଏଥିରେ ଅନ୍ୟାନ୍ୟ ସ୍ଵେଛା ସେବୀ ମାନେ ଯୋଗ ଦେଇଥିଲେ ।

ଯାଜପୁର ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.