ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ଅବସରରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି ।

0 1

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ହେଲଥ କାର୍ଡ ବାଣ୍ଟିନର ଶୁଭାରମ୍ଭ କରିଥିବା ବେଳେ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । 986 ସ୍ମାର୍ଟ ହେଲଥ କାର୍ଡ ଅରିସଣ୍ଡ ଗ୍ରାମ ପଞ୍ଚାୟତ କୁ ଆସିଥିବା ବେଳେ ଆଜି ଦୁଇସହ ସ୍ମାର୍ଟ ହେଲଥ କାର୍ଡ ଗରିବ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ହେଲଥ କାର୍ଡ ଦ୍ବାରା ଗରିବ ହିତାଧିକାରୀ ମାନେ ମାଗଣାରେ ଚିକିତ୍ସା ପାଇପାରିବେ। ତେବେ ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରୁଥିବା ବେଳେ ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ। ଏହି ଅବସରରେ ସମିତି ସଭ୍ୟ ରାହୁଲ ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ଖଟେଇ, ନବଘନ ବଳ , ସୁବାଷ ବିଶ୍ଵାଳ ଉପସ୍ଥିତ ଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.