ପଦ୍ମପୁର ଉପଖଣ୍ଡରେ ଦୂତୀଆଉଷା ବା ପୁଅ ଜିଉନ୍ତିଆ ଉଷା

0 8

ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ ର ପୁରପଲ୍ଲୀରେ ଆଜି ଦୂତୀଆ ଉଷା ବା ପୁଅଜିଉନ୍ତିଆ ଉଷା ପର୍ବ ପାଳନ କରାଯାଇଛି।ଦଶହରା ମାସ ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୂଜା ପାଳନ କରାଇଥାଏ।ପୁଅ ମାନଙ୍କ ଶୁଭକାମନା ନିମନ୍ତେ ମାଁ ମାନେ ନିର୍ଲ୍ଲଜା ଉପବାସ କରିଥାନ୍ତି।ଦିନ ରାତି ସାରା ଉପବାସ ରହି ସଂଧ୍ୟା ରେ ନଦୀ ତୁଠରେ ପୂଜାବିଧି ସାରି ରାତିରେ ଗାଁ ଖୋଲିରେ ପୂଜା କରିଥାନ୍ତି ।ଏହାସହ ତା ପରଦିନ ଭୋର ସକାଳୁ ଗାଧୋଇ ନଦୀ ତୁଠରେ ପୂଜା ପଦ୍ଧତି ସମାପ୍ତ କରି ଆସିଥାନ୍ତି।ଘରେ ପୁଅଝିଅଙ୍କୁ ଧୁବ ଲତା ବୋରକୁଲି ପତ୍ର ଅରୁଆ ଚାଉଳ ପୁଷ୍ପରେ ବନ୍ଦାପନା କରି ଦୀର୍ଘ ଜୀବନ କାମନା କରି ଶୁଭ ମନାସି ଥାନ୍ତି। ଏହାପରେ ପୂଜା ପଦ୍ଧତି ସମାପ୍ତ କରି ନିଜେ ଭୋଗ ତଥା ଖାଦ୍ୟପେୟ ଗ୍ରହଣ କରିଥାନ୍ତି।
ଏହି ପୂଜା କଲେ ନି&ସନ୍ତାନ ମହିଳା ପୁତ୍ର ଲାଭ କରୁଥିବା ବିଶ୍ୱାସ ରହିଛି।

ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.