ପଦ୍ମପୁର ରେ ବିରାଟ କୃଷକ ସମାବେଶ

0 83

ବିଗତ ୨୦ବର୍ଷ ହେବ ୯ ଥର ମରୁଡି ର ଆର୍ତ୍ତନାଦ ରେ ରାଜବୋଡାସମ୍ବର ଅଞ୍ଚଳ ଅନ୍ଧକାର ମଧ୍ୟ ରେ ଗତିକରି ଚାଲିଛି lସ୍ୱଳ୍ପ ବୃଷ୍ଟିପାତ ଏହାର ମୁଖ୍ୟ କାରଣ lଯେତେ ଚେଷ୍ଟା କଲେ ମଧ୍ୟ କୃଷକ ର ଅଣ୍ଟା ସଳଖି ପାରୁନି lଓଡିଶା ବରଗଡ ଜିଲ୍ଲା କୁ ନେଇ ଗର୍ବ କରେ ଏବଂ ଓଡିଶା ସୁ ପରିଚିତ ବରଗଡ଼ ଜିଲ୍ଲା ହେଉଛି ସମଗ୍ର ରାଜ୍ୟର ଭାତହାଣ୍ଡି lଏଇ ଜିଲ୍ଲା ମଧ୍ୟରେ ଯାଏ ପଦ୍ମପୁର ନିର୍ବାଚନ ମଣ୍ଡଳୀ,ବିଜେପୁର ନିର୍ବାଚନ ମଣ୍ଡଳୀ, ଭଟଲି, ଅତାବିରା ନିର୍ବାଚନ ମଣ୍ଡଳୀ କିନ୍ତୁ ଅତାବିରା,ବରଗଡ କୁ ଭଟଲି ର କେତେକ ଅଞ୍ଚଳକୁ ବାଦ ଦେଲେ ୨୦ ବର୍ଷ ମଧ୍ୟରେ ପଦ୍ମପୁର ଅଞ୍ଚଳ ରେ ଅନେକ ବିଧାନ ସଭା କୁ ପ୍ରତିନିଧିତ୍ଵ କରିବା ସକାଶେ ନିର୍ବାଚିତ ହୋଇ ଯାଇଛନ୍ତି lହେଲେ ପ୍ରବଳ ଇଚ୍ଛାଶକ୍ତି ର ଅଭାବ କାରଣ ରୁ କେହି ଜଣେ ହେଲେ ମଧ୍ୟ କୃଷକ ଙ୍କ ସ୍ଥାନୀୟ ସମସ୍ୟା କୁ ନେଇ ବିଭିନ୍ନ ଅଞ୍ଚଳରେ ସ୍ଥାୟୀ ଭାବେ ପ୍ରୋଜେକ୍ଟ ଟିଏ ମଧ୍ୟ କରି ପାରିନାହାଁନ୍ତି lଯାହା ଆଜି ଚାଷୀଙ୍କ ଅର୍ଥନୈତିକ ସ୍ଥିତି ରେ ବାଧକ ସାଜିଛି lସ୍ୱାଧିନତା ୭୫ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଳକର ସମୁଦାୟ ଜଳସେଚନ ର ସ୍ଥିତି ଦେଖିବାକୁ ଗଲେ ମାତ୍ର ୨୭% lଅନେକ ନଇ,ନାଳ,ଝରଣା ର ଜଳରାଶି କୂଳୁକୂଳୁ ନାଦରେ ବହି ଚାଲିଛି lକିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ,ଦଳିୟ ନେତାମାନଙ୍କ ନିଜସ୍ୱ ସ୍ୱାର୍ଥରେ ଅନ୍ଧ ପୁଟୁଳି ଆଖିରେ ବାନ୍ଧି ଅଞ୍ଚଳଟିକୁ ବଳି ପକେଇ ଦେଇଛନ୍ତି କହିଲେ ଚଳେ lଯତ୍ କିଞ୍ଚିତ ଜଳସେଚନ ର ବ୍ୟବସ୍ଥା ଯଦିଓ ଏଠିସେଠି ଅଛି ତାହା ସମୁଦ୍ର କୁ ଶଙ୍ଗେପଣା ସଦୃଶ l ମରୁଡି ସମୟରେ କାମକୁ ନୁହେଁ l ବିଦ୍ୟୁତ ସଂଯୋଗ କରାଯାଇ ଗଭୀର ନଳକୂପ ଖନନ କରି ଜଳସେଚନ ର ସୁବିଧା ହୋଇଥାଇପାରେ ସତ କିନ୍ତୁ ଚାଷୀ ଙ୍କୁ ବିଦ୍ୟୁତବିଲ , ବିଜୁଳି ର ମନମୁତାବକ ଲୁଚକାଳି ଖେଳ, ଅହେତୁକ ଦରଦାମ ବୃଦ୍ଧି ଇତ୍ୟାଦି ଅଣ୍ଟା କୁ ସବଳ କରିବ କଣ ସମ୍ପୁର୍ଣ୍ଣ ଦୁର୍ବଳ କରି ସାରିଛି l ଚଳିତ ୨୦୨୧ ଖରିଫ ଫସଲର ଅବଧି କେଇଟା ଦିନ ଗଲେ ଏକ ପ୍ରକାର ସମାପ୍ତ ପ୍ରାୟ ଅଥଚ ରାଜ୍ୟ ସରକାର ଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ କେବେ ?ବରଗଡ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁଃଖର ଓ ପରିତାପର ବିଷୟ କରିବେ ବା କ’ଣ ସେମାନେ ତ ସରକାର ଙ୍କ କଣ୍ଢେଇ ମାତ୍ର l ମରୁଡି ଅଞ୍ଚଳ ଭାବେ ଆଜିଯାଏଁ ରାଜ୍ୟ ସରକାର ଘୋଷଣା କରିନାହାନ୍ତି lଏ ସବୁ କୁ ଭିତ୍ତିକରି ରାଜବୋଡାସମ୍ବର କୃଷକ ସଂଗଠନ,ପଦ୍ମପୁର ଠାରେ ଆଜି ଅର୍ଥାତ୍ ୨୨.୧୦.୨୦୨୧ ଶୁକ୍ରବାର ପଦ୍ମପୁର ଗୋରୁ ବଜାର ଠାରେ ବିରାଟ କୃଷକ ସମାବେଶ କରିଛି lଚାଷୀ ଙ୍କ ହିତଦୃଷ୍ଟିକୁ ଆଖି ଆଗରେ ରଖି ୮ ଦଫା ସମ୍ବଳିତ ଦାବିସମୁହ ଯଥା ୧- ଚଳିତ ୨୦୨୧ଖରିଫ ଫସଲକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରାଯାଉ ୨-୨୦୧୫ ସାଲ ରେ ଘୋଷିତ ଇନପୁଟ ସବସିଡି କୁ ବର୍ତ୍ତମାନ ବଜାର ର ମୂଲ୍ୟ କୁ ଦେଖି ମୂଲ୍ୟାଙ୍କନ କରାଯାଉ ଏବଂ ପ୍ରତି ଏକର ପିଛା କ୍ଷତି ପୂରଣ ରାଶି ଟ ୧୦ . ୦୦୦ କରାଯାଉ ୩-ପଦ୍ମପୁର ଉପଖଣ୍ଡ ବାରମ୍ବାର ମରୁଡି ଦ୍ଵାରା କ୍ଷତିଗ୍ରସ୍ତ ହୋଇଆସୁଛି ଏବଂ କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି ତେଣୁ ଅନ୍ତତଃ ଥରକ ପାଇଁ କୃଷି ତଥା ଆନୁସାଙ୍ଗିକ କୃଷିଋଣ ଛାଡ କରାଯାଉ ୪-ବିନା ଜଳସେଚନ ରେ ଚାଷ କାର୍ଯ୍ୟ ଅସମ୍ଭବ lଏହାକୁ ହୃଦବୋଧ କରି ଅଞ୍ଚଳ ର ସମସ୍ତ ଜମି କୁ ଜଳସେଚନ ର ବ୍ୟବସ୍ଥା କରାଯାଉ l୫- ବିଗତ ୧୦ବର୍ଷ ମଧ୍ୟରେ ଧାନ ବିକ୍ରି ର ବସ୍ତାର ଟଙ୍କା ଚାଷୀ ମାନଙ୍କ ନାଁ ରେ ବାଟ ମାରଣା ହୋଇଛି, ଉକ୍ତ ଟଙ୍କା ଚାଷୀ ମାନଙ୍କୁ ଫେରସ୍ତ କରାଯାଉ l୬-ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ ର ମଧ୍ୟ କ୍ଷତିପୂରଣ ବ୍ୟବସ୍ଥା କରାଯାଉ l୭-ରବି ଚାଷ ପାଇଁ ବିହନ,ସାର ଓ ଓୈାଷଧ ମାଗଣା ରେ ପ୍ରଦାନ କରାଯାଉ l୮-କୃଷିକାର୍ଯ୍ୟରେ ବ୍ୟବହୃତ ବିଦ୍ୟୁତ ବିଲ ଛାଡ କରାଯାଉ ଏବଂ ଜଳସେଚିତ ଅଞ୍ଚଳରେ ଜଳକର ର ଆଧାର ରେ ଧାର୍ଯ୍ୟ କରାଯାଉ କୁ ନେଇ ରାଜବୋଡାସମ୍ବର ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଳକ ଠାରୁ ଗ୍ରାମାଞ୍ଚଳ ର ଚାଷୀ ଭାଇ ମାନେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୯ ଘଟିକା ସମୟ ରେ ଉପସ୍ଥିତ ହୋଇ ଏକ ବିଶାଳ ଶୋଭାଯାତ୍ରା ରେ ସମଗ୍ର ପଦ୍ମପୁର ସହର ପରିକ୍ରମା ସହ ବିଭିନ୍ନ ସ୍ଳୋଗାନ ମାନ ଦେଇ ସାରା ସହର ପ୍ରକମ୍ପିତ କରିଥିଲେ lଏହି କାର୍ଯ୍ୟକ୍ରମ ରେ ସମୁଦାୟ ୩୦ ଟି କୃଷକ ସଂଗଠନ ରୁ କୃଷକ,ମହିଳା ଛାତ୍ର,ଯୁବକ ସାମିଲ ହେବାର ଦେଖାଯାଇଥିଲା lଏ ଭଳି ବିଶାଳ ଶୋଭାଯାତ୍ରା କେବେ ପଦ୍ମପୁର ସହର ରେ ହୋଇନଥିଲା lଆମ ପ୍ରତିନିଧି ଙ୍କ ଆକଳନ ଅନୁସାରେ ୫୦୦୦ ରୁ ଉର୍ଦ୍ଧ ଚାଷୀ ଏଇ ଶୋଭାଯାତ୍ରା ରେ ସାମିଲ ଥିଲେ lଶେଷରେ ଚାଷୀ ଙ୍କ ଉଦ୍ଦେଶ୍ୟ ରେ ସରକାର ଙ୍କୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ର ପ୍ରବକ୍ତା ସରୋଜ ମହାନ୍ତି, ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ର ସଭାପତି ବ୍ୟୋମକେଶ ଠାକୁର,ଦେବେନ ପ୍ରଧାନ, ଜୟକିଶାନ ଆନ୍ଦୋଳନ ବରଗଡ ରୁ ହର ବନିଆ, ସୁଶିଲ ସାହୁ, ସୁରେନ୍ଦ୍ର ମେହେର, ନାଗରିକ କମିଟି ପଦ୍ମପୁର ରୁ ଆଇନଜୀବୀ ଅଜିତ ଶତପଥି,ପଦ୍ମପୁର ବାର ଏସୋସିଏସନ ସଭାପତି ଗୈାତିଆ ସାହୁ, ସଂପାଦକ ଏଡଭୋକେଟ ପ୍ରଶାନ୍ତ ମାଝି, ଚିନ୍ମୟ କୁମାର ପଣ୍ଡା, ଡ୍ରାଇଭର ସଂଘ ର ସଭାପତି ଲବଣୀ ସାହୁ,ଦେବକୀ ଭାଟ,କ୍ଷୀରବତୀ ବାଗ ଅତିଥି ଭାବେ ମଞ୍ଚାସୀନ ହୋଇ ଅନର୍ଗଳ ଭାବେ ଭାଷଣ ପରେ ଭାଷଣ ଦେଇ ବର୍ଷିଥିଲେ lଏହି ଚାଷୀ ସମାବେଶ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସକାଶେ ବରଗଡ ର ସଂକଳ୍ପ ପରିବାର,କବି ହରିଲାଲ ସାହୁ,ଗୋ ସେବକ ଭାବେ ଅଶୋକ କୁମାର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା lଅନ୍ୟ ମାନଙ୍କ ମଧ୍ୟରେ ରାଜବୋଡାସମ୍ବର କୃଷକ ସଂଗଠନ ର ସଭାପତି ବାଞ୍ଛାନିଧି ନାଏକ,ଆବାହକ ଅଶୋକ କୁମାର ସାହୁ, ଜୟକିଶାନ ଆନ୍ଦୋଳନ ବରଗଡ ର ରମେଶ ମହାପାତ୍ର ଙ୍କ ପରୋକ୍ଷ ତତ୍ବାବଧାନରେରେ ଏହି ସମାବେଶ ଟି ସଫଳତା ପାଇଥିବାବେଳେ ରାଜ ବୋଡାସମ୍ବର କୃଷକ ସଂଗଠନ ର ରୋହିତ ପ୍ରଧାନ ଏବଂ କୈଳାସ ବାରିକ ମଞ୍ଚରେ ସଂଯୋଜନା କରିଥିଲେ l

ପଦ୍ମପୁର ଇପିଏରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.