ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କୋଭିଡରେ ଆକ୍ରାନ୍ତ ,ଟାଟା କୋବିଡ଼ ହସ୍ପିଟାଲ୍ରେ ଚିକିତ୍ସା ଜାରି

0 36

ଗତ କିଛିଦିନ ହେବ ଜ୍ବରରେ ପିଡିତ ନନ୍ଦ ସାରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବା ପରେ ତାଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଚିକିତ୍ସିତ ହେଉଥିବା ସମୟରେ ତାଙ୍କର କୋଭିଡ ପଜିଟିଭ୍ ରିପୋଟ ଆଜି ଆସିଥିବା ଜଣାପଡିଛି। ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଡୁବୁରୀ ସ୍ଥିତ ଟାଟା କୋଭିଡ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ୧୦୨ ବର୍ଷୀୟ ନନ୍ଦ ସାର ନିକଟରେ ଭାରତ ସରକାରଙ୍କ ଠାରୁ ଚାଟଶାଳୀ ଶିକ୍ଷକ ଭାବରେ ପଦ୍ମଶ୍ରୀ ଉପାଧି ରେ ପୁରସ୍କୃତ ହୋଇଛନ୍ତି। ତାଙ୍କ ସ୍ବାସ୍ଥବସ୍ଥା ବୁଝିବା ପାଇଁ ସୋମବାର ସୁକିନ୍ଦାର ମାନ୍ୟବର ବିଧାୟକ ପ୍ରୀତିରଞ୍ଜନ ଘଡାଇ ତାଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟରେ ସାକ୍ଷାତ କରିଥିଲେ ଓ ସୋମବାର ଯାଜପୁର ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠଡ଼ ଟାଟା ମେଡିକାଲ ଯାଇ ସାକ୍ଷାତ କରିବା ସହ ତାଙ୍କ ସହ କଥା ମଧ୍ୟ ହୋଇଥିଲେ ।ଖୁବଶୀଘ୍ର ନନ୍ଦ ସାର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ ବୋଲି ତାଙ୍କର ହଜାର ହଜାର ଶୁଭେଚ୍ଛୁ ଏବଂ ଛାତ୍ରଛାତ୍ରୀମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।ଜିଲା ର ଅଗ୍ରଣୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର , ସରୋଜିନୀ ସ୍ମୃତି ସଂସଦ ପକ୍ଷରୁ ଡା ଚିତ୍ତରଞ୍ଜନ ମହାନ୍ତି , ଜଣାଶୁଣା ଚିକିସ୍ତକ ଡା ନିହାର ରଞ୍ଜନ କର , ସାମାଜିକ କର୍ମୀ ପ୍ରଫୁଲ ଗିରି , ହେଲପିଙ୍ଗ ହ୍ୟାଣ୍ଡ ମୁଗୁପାଳ , ହେଲପିଙ୍ଗ ହ୍ୟାଣ୍ଡ କୁଆଖିଆ , କଳିଙ୍ଗ ଯୁବକ ସଙ୍ଘ , ସାମ୍ବାଦିକ ହରିହର ସ୍ବାଇଁ , ସାମ୍ବାଦିକ ସୁରେଶ କର , ସୀତାଂସୁ ଶେଖର ଜେନା , ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଈଶ୍ୱର ଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଜଣାପଡ଼ିଛି।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.