ପଦ୍ମିନୀ ହାତ ରେ ରହିଛି ଯାଦୁ

0 39

ଛାତ୍ରୀ ଜୀବନ ରୁ ଇଂଜିନିୟରିଂ ର ନିଶା

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଳକର ଏକ ସୁଦୁର ପଲ୍ଲୀ ଗ୍ରାମ ନୂଆଗାଁ ରେ ଜନ୍ମିତ ପଦ୍ମିନୀ ରଣା lସ୍ୱର୍ଗତ ଘନଶ୍ୟାମ ରଣା ଏବଂ ମାତା କୈାଶଲ୍ୟା ରଣା ଙ୍କ ଓୈାରସ ରୁ ଜନ୍ମିତ ଏଇ ହିରା ଖଣ୍ଡକ ଆଜି ସାରା ନୂଆପଡ଼ା ଜିଲ୍ଲା ତଥା ଓଡିଶା ରାଜ୍ୟ ର ଗର୍ବ ଓ ଗୈାରବ lବାପା ଇହଧାମ ତ୍ୟାଗ ପରେ ଏକ ମାତ୍ର ସାହାରା ବିଧବା ମାଆ କୈାଶଲ୍ୟା lମାଆ ଅନ୍ୟ ମାନଙ୍କ ଘରେ ମୂଲ ଲାଗି ଜନ୍ମିତ ତିନି ଭଉଣୀ ସନ୍ତୋଷିନୀ,ଶୈଲେଦ୍ରୀ,ପଦ୍ମନୀ ଙ୍କୁ ବହୁ ଉତ୍ଥାନ ପତନ ଝଡଝଞ୍ଜା ସହ କଷ୍ଟସହ୍ୟ କରି ଦୁଇ ଅକ୍ଷର ପଢ଼ାଇବାକୁ ଚିନ୍ତା କରି ପଢାଶୁଣା କରାଇଲେ lପରେ ଭଲ ବରପାତ୍ର ଯୋଟିବାରୁ ଦୁଇ ଝିଅ ଙ୍କୁ ବହୁ କଷ୍ଟରେ ଗୋଟିଏ ହାତରୁ ଦୁଇହାତ କରାଇ ଶାଶୁ ଘରକୁ ପଠାଇଲେ lପଦ୍ମିନୀ ହେଲା ସଫା ସାନ ଝିଅ l ଅର୍ଥାଭାବ ଥିବା ସତ୍ୱେ ତାର ଇଚ୍ଛାଶକ୍ତି ବଳରେ ହାଇସ୍କୁଲ ରୁ ୨୦୧୫ ମସିହାରେମାଟ୍ରିକ ପାସ ପରେ ବର୍ତ୍ତମାନ ସେ କଲେଜ ରେ +୨ ସେକେଣ୍ଡ ୟର୍ ର ଛାତ୍ରୀ ଭାବେ ପାଠ ପଢ଼ୁଛନ୍ତି l

ଅର୍ଥାଭାବ ଯୋଗୁଁ ସେ ବର୍ତ୍ତମାନ ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ ଓହ୍ଲାଇ ବେଶ ପରିଚିତ ସୃଷ୍ଟି କରିପାରିଛନ୍ତି lରାଜମିସ୍ତୀ ଚିତ୍ରସେନ ଶବର ହେଉଛନ୍ତି ପ୍ରେରଣା ର ଉତ୍ସ lବର୍ତ୍ତମାନ ତାଙ୍କର ବୟସ ୨୧ ବର୍ଷ lସେ ବର୍ତ୍ତମାନ ନୂଆପଡ଼ା ଅଞ୍ଚଳ ରେ ବଡ଼ବଡ଼ କୋଠା ଘର ନିର୍ମାଣ ରେ ବେଶ ଶିଦ୍ଧହସ୍ତ ହୋଇପଡିଛନ୍ତି lଦୁଇ ତିନି ଦିନ ପାଠ ପଢ଼ିବାକୁ କଲେଜ ଗଲେ ସେଇ ଦୁଇତିନି ଦିନ କୁ ଛାଡିଦେଲେ ସେ ପାଠ ପଢାର ସଉକ ଏବଂ ଅର୍ଥାଭାବ ଯୋଗୁଁ ମିସ୍ତ୍ରୀ ଭାବେ ଅବତୀର୍ଣ୍ଣ ହେବା ସମୟ ରେ ପେଣ୍ଟ ସାର୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ବାହାରି ପଡ଼ନ୍ତି କୋଠା ନିର୍ମାଣ କରିବାପାଇଁ lସାଥିରେ କରଣୀ ଗୁଳି ସୂତା ଗୁନିଆ ଅସ୍ତ୍ର ଭାବେ ବ୍ୟବହୃତ ସାମଗ୍ରୀ ସାଥିରେ ବେଳାରେ ଖାଇବାକୁ ଘରୁ ଟିଫିନ୍ ରେ ପଖାଲ୍ ଭାତ୍ ଆର୍ କେଭେ କେଭେ ଉଇଲ୍ ଲେଶୁନ୍ ତ କେଭେଁ କେଭେଁ ସିଜନ୍ ଜାନି କରି କରଡ଼ି,ହେଣ୍ଡୁଁଆ ପତାଲି ପୁଡା ଧରି କରି ଯାଏଁସି ବୋଲି ପଦ୍ମିନୀ ଆମ ସାମ୍ବାଦିକ ଙ୍କ ଉତ୍ତର ରେ ପ୍ରକାଶ କରିଛନ୍ତି lସେ କହନ୍ତି ଇଚ୍ଛାଶକ୍ତି ଥିଲେ ମଣିଷ ଜୀବନ ରେ ସବୁ କିଛି ସମ୍ଭବ ହୁଏ lତାଙ୍କର କହିବା ଅନୁସାରେ ମାଆ ଙ୍କ ସୁନେଲି ସ୍ୱପ୍ନ ଥିଲା ମୋ ଛୁଆ ମାନଙ୍କୁ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତ କରାଇ ଚାକିରି ଖଣ୍ଡିଏ ଲେଖାଏଁ କରିଲେ ମୋ ପରିଶ୍ରମ ସାର୍ଥକ ହେବ lହେଲେ ଦୁଇଝିଅ ଙ୍କ ବିବାହ ପରେ ମୋ ମନକୁ ସ୍ଥିରତା କରି ଭାବିଲି ଦେନେ ନା ଦିନେ ମୋ ଜନ୍ମକଲା ମାଆ ର ସ୍ୱପ୍ନ ସାକାର କରିବି lଏହାକୁ ଭିତ୍ତିକରି ମୁଁ ଆଗେଇ ଚାଲିଛି ଆଗକୁ ଆଗକୁ lମୋର ବଡ଼ ଇଚ୍ଛା ଏହିକି ଦିନେ ନା ଦିନେ ଇଂଜିନିୟରିଂ ପାଠ ପଢିବି lଅନେକ କୈାଶଳ ଜାଣିବାପାଇଁ ମୋର ବହୁତ ଆଗ୍ରହ lଏଣୁ ପାଠ ମଧ୍ୟ ପଢିଚାଲିଛି lବର୍ତ୍ତମାନ ସମୟ ରେ ସହର ରେ ବସବାସ କରୁଥିବା ଝିଅମାନେ ପ୍ରତିଟି କ୍ଷେତ୍ରରେ ନିଜକୁ ପୁଅ ମାନଙ୍କ ସହ ସମସ୍କନ୍ଧ ହେଲେଣି ବୋଲି ପଦ୍ମିନୀ ତାଙ୍କ କ୍ଷେତ୍ରରେ ଏକ ଉଦାହରଣ ଭାବେ ଦେଖାଇପାରିଛନ୍ତି lପଦ୍ମିନୀ କହନ୍ତି ଗ୍ରାମାଞ୍ଚଳ ରେ ମହିଳା ମାନେ ହଳ କରବା ଠିକ ନୁହେଁ ବୋଲି ଲୋକେ କହୁଥିବାବେଳେ ହଳ ଛାଡି ନିଜ ଜମି ରେ ଧାନ ବୁଣିବା,ସାର ବୁଣିବା ଠୁ ଆରମ୍ଭ କରି ଯାବତୀୟ କାମ ରେ ସେ କେବେ ହାରି ନାହାନ୍ତି lଗୋଟିଏ ପଟେ ଶିକ୍ଷିତ ହେବାପାଇଁ କଲମମୁନ ତ ଆଉ ଗୋଟାଏ ପଟେ ପେଟ ଚାଖଣ୍ଡକ ପାଇଁ ରାଜମିସ୍ତ୍ରୀ ପାଲଟି ଥିବା ପଦ୍ମିନୀ ନାରୀ ଜାତି ପାଇଁ ପ୍ରଥମ ମହିଳା ରାଜମିସ୍ତ୍ରୀ ଭାବେ ନାରୀ ସଶକ୍ତିକରଣ ର ଏକ ମାଇଲଖୁଣ୍ଟ lତାଙ୍କୁ ଆମ ଇପିଏ ତରଫରୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଉଛୁ l

ନୂଆପଡା ଜିଲ୍ଲା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.