ପବିତ୍ର ଗୁରୁଦିବସରେ କ୍ୟୁୟର୍ସ ସୌଜନ୍ୟ ରେ ବୃକ୍ଷ ରୋପଣ

0 2

ପବିତ୍ର ଗୁରଦିବସ ଅଵସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଅରୁଣ ଶତପଥୀଙ୍କ ନେତୃତ୍ୱ ରେ ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ତାମ୍ପରା ହ୍ରଦ ହୁଡ଼ା ଉପରେ ଓ କେନାଳ ହୁଡ଼ା ପାର୍ଶ୍ଵରେ ବର,ଓସ୍ତ, ଲିମ୍ବ,ବଉଳ,କଦମ୍ବ,ଆଦି ବୃକ୍ଷ ରୋପଣ କରାଯାଇଛି । ଏଥିରେ ବ୍ୟାଙ୍କ କଲୋନୀ କମିଟି ସଦସ୍ୟ ମଙ୍ଗରାଜ ନାଗ,ଦିଲୀପ କୁମାର ସାମଲ,ସୁବାସ ମିଶ୍ର,ସରୋଜ କୁମାର ସାମଲ,ପଞ୍ଚାନନ ମହାପାତ୍ର,ରାମ ଚନ୍ଦ୍ର ବେହେରା, ପ୍ରିୟଵ୍ରତ ଜଗନ୍ନାଥ ପୃଷ୍ଟି, ରାମ ସାହୁ,ରଜତ ଖାଡ଼ଙ୍ଗା,ସୋନୁ ଦାସଙ୍କ ସମେତ ବହୁ ସ୍ବେଛାସେବୀ ମାନେ ନିଜ ନିଜ ଗୁରୁଙ୍କୁ ସ୍ମରଣକରି ଗୋଟିଏ ଲେଖାଏଁ ଗଛଟିଏ ଲଗାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଙ୍କୁ ପରିଚାଳନା ରେ ବ୍ୟାଙ୍କ କଲୋନୀ ବାସିନ୍ଦା ଓ କ୍ୟୁୟର୍ସ ଅନୁଷ୍ଠାନ ସଦସ୍ଯ ମାନେ ସହଯୋଗ କରିଥିଲେ l କ୍ୟୁୟର୍ଷ ଅନୁଷ୍ଠାନ ର ସମ୍ପାଦକ ଅରୁଣ କୁମାର ଶତପଥି ସକ୍ରୀୟ ଅଂଶଗ୍ରହଣ କରିଥିବା ସମସ୍ତ ସଭ୍ୟ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଗଂଜାମ ଜିଲ୍ଲା ଛତ୍ରପୁର ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.