ପବିତ୍ର ମହାଲକ୍ଷ୍ମୀ ପୂଜା ଅବସରରରେ ନୃତ୍ୟପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

0 18

ଯାଜପୁର ବ୍ଲକ ଅଧିନସ୍ଥ ଭୁବନେଶ୍ୱର ପୁର ପଞ୍ଚାୟତ ଅନ୍ତର୍ଗତ ଭଗତପୁର ଠାରେ ପବିତ୍ର ମହାଲକ୍ଷ୍ମୀ ପୂଜା ଅବସରରରେ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ ନୃତ୍ୟପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାଲକ୍ଷ୍ମୀ ପୂଜା କମିଟି ର ସଭାପତି କାର୍ତିକ ସାହୁଓ ସମ୍ପାଦକ ମହେଶ୍ୱର ସାହୁ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ତଥା ବିଜେଡ଼ି ସାଂସ୍କୃତିକ ସଂଘ ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ଵାଇଁ ପ୍ରଦ୍ଵୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପରେ ପରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ଜେନା ଙ୍କ ବିୟୋଗରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଧୀରେଶ ଦାସଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ, ମୁଖ୍ୟ ବକ୍ତା ଭାବେରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ସାଇଶ୍ରୀ ପୃଷ୍ଟି, ସଂମାନନୀୟ ଅତିଥି ଭାବେ ନୃତ୍ୟ ଶିଳ୍ପୀ ସ୍ନେହାସିନୀ ନାୟକ,ଅର୍ପିତା ମିଶ୍ର, ସନ୍ତୋଷ ମିଶ୍ର, ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୦ ଜଣ କଳାକାର ଭାଗନେଇଥିଲେ,ତନ୍ମଧ୍ୟରୁ ୩ ଜଣ ଶ୍ରେଷ୍ଠ କୃତି ପ୍ରତିଯୋଗୀ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା ।କମିଟି ର ସଭାପତି କାର୍ତିକ ସାହୁ, ବିଜୟ ମହାନ୍ତି,ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ, ଦିବ୍ୟଜୋତି ଦାସ,ପ୍ରତାପ ଜେନା, ମହେଶ୍ୱର ସାହୁ,ଧିରେଶ କୁମାର ଦାସ,କାର୍ତ୍ତିକ ଚନ୍ଦ୍ର ସାହୁ,ସୁବାସ ସାହୁ,ବସନ୍ତ ରାଉତ,ଶ୍ରୀଧର ଜେନା,ରଞ୍ଜନ କୁମାର ସାହୁ,ବିଜୟ ମହାନ୍ତି,ମନୋଜ କୁମାର ରଣା, ନାରଣ ବିହାରୀ ,ବସନ୍ତ ରାଉତ, ରାଜେନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ।ଶେଷ ରେ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.