ପାଇକମାଳ ରେ ବିଶ୍ୱ ଏଡ଼ସ ସଚେତନତା ଦିବସ ପାଳିତ

0 5

ପାଇକମାଳ: ବିଶ୍ୱ ଏଡ୍‌ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହେଉଥିବା ଅବସରରେ ଏଡ୍‌ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଏହି ଦିନଟିକୁ ଏଡ୍‌ସ ଦିବସ ଭାବେ ପାଳନ କରାଯାଇଥାଏ।ସେହିପରି ଆଜି ବରଗଡ ଜିଲ୍ଲା ପାଇକମାଳ ଠାରେ ବିଶ୍ୱ ଏଡ଼ସ ସଚେତନତା ଦିବସ ଉପଲକ୍ଷେ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ଓ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା।ଏଡ଼ସ ରୋଗର ଭୟାବହତା ଓ ସଚେତନତା ଉପରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀ ମାନେ ଏକ ସାମୁହିକ ଭାବେ ସହର ପରିକ୍ରମା କରି ବିଭିନ୍ନ ନାରା ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ।ଭାରତକୁ ଏଡ଼ସ ଭଳି ଭୟଙ୍କର ରୋଗରୁ ସମ୍ପୂର୍ଣ ମୁକ୍ତ ରଖିବା ପାଇଁ ଆହ୍ୱାନ ଦେଇ ସଚେତନ କରିଥିଲେ।

ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.