ପାଠ ପଢି ଅନ୍ଧ ବିଶ୍ୱାସକୁ ଦୁରେଇବା ପାଇଁ ଆହ୍ୱାନ କଲେ.. ଶିକ୍ଷା ମନ୍ତ୍ରୀ

0 10

ପାଠ ପଢି ଶିକ୍ଷିତ ହେବା ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି I ତଥାପି ଆଦିବାସୀ ଅଧୁଷିତ ଅଞ୍ଚଳରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି I ଶିକ୍ଷାର ଅଭାବ ହେତୁ ସାମ୍ପ୍ରତିକ ପରିସ୍ଥିତିରେ ଆଦିବାସୀ ଅଞ୍ଚଳରେ ବିଶେଷ ଭାବରେ “ଅନ୍ଧ ବିଶ୍ୱାସ “ପ୍ରଚଳନ ହେତୁ ଅନେକ ନିରୀହ ଜୀବନ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି I ଏହି ପରିପ୍ରେକ୍ଷୀରେ “ବୁଧନ୍ନାଥ ପ୍ରଡକ୍ସନ”ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ନିବେଦିତ ଭିନ୍ନ ଧରଣର ଅନ୍ଧ ବିଶ୍ୱାସ ଦୂର ପାଇଁ ଏକ ଶିକ୍ଷା ସଚେତନତା “ଆସ ପଢିବା ଅନ୍ଧ ବିଶ୍ୱାସ ଦୂରେଇବା “ଗୀତ ଗାଇଛନ୍ତି ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ I ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ପାଠ ପଢି ଶିକ୍ଷିତ ହେବା ସହିତ ଅନ୍ଧ ବିଶ୍ୱାସକୁ ଦୁରେଇ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି I ତତ୍ ସହିତ ଶିଶୁ ଦିବସ ଅବସରରେ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଏହି ଗୀତ ମାଧ୍ୟମରେ “ଭଲ ପାଠ ପଢ଼ ଓ ଭଲ ମଣିଷ”
ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି I ଏହି ଗୀତର ଶୁଭ ଉନ୍ମୋଚନରେ ମୟୁରଭଞ୍ଜ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଓ ପ୍ରଶାନ୍ତ କୁମାର ମହାନ୍ତି , ରାଇରଙ୍ଗପୁର ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକ, ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା,ସୁରେନ୍ଦ୍ର ପ୍ରଧାନ, ଦୀପକ କୁମାର ବେହେରା, ଆଶୁତୋଷ ହରିଚନ୍ଦନ,ଅନନ୍ତ ଚରଣ ବେହେରା,ପ୍ରମୁଖ ଉପସ୍ଥିତ ଥିଲେI ଏହି ଗୀତକୁ ଲେଖିଛନ୍ତି ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ଆଦିବାସୀ ହୋ ଓ ସାନ୍ତାଳୀ ହିରୋ ଅରବିନ୍ ତିଉ ଗାଇଥିବା ବେଳେ ଗୀତକୁ ସ୍ୱର ସଂଯୋଜନା ଓ ନିର୍ଦେଶନା ଦେଇଛନ୍ତି ଶିକ୍ଷକ ତଥା ମୟୁରଭଞ୍ଜ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିI ଏହି ଗୀତଟି ତିନୋଟି ପଦକୁ ତିନୋଟି ଭାଷାରେ (ସାନ୍ତାଳୀ, ହୋ ଓ ଓଡ଼ିଆ)ଗାନ କରାଯାଇଛିI ଏହା ଆଗାମୀ ଶିଶୁ ଦିବସରେ ବୁଧନ୍ନାଥ ପ୍ରଡକ୍ସନ “ୟୁଟ୍ୟୁବ ଚ୍ୟାନେଲ”ରେ ପ୍ରକାଶନ ହେବ ବୋଲି ପ୍ରଯୋଜକ ରାଜେନ୍ଦ୍ର ପାଣି, ଅସୀମ ମହାପାତ୍ର ଓ ବିଜୟ ପାଣି ପ୍ରକାଶ କରିଛନ୍ତି I ଏହି ଗୀତରେ ଝରାଡ଼ିହି ଉଚ୍ଚ ବିଦ୍ୟାଳୟର ଜେ. ଆର.ସି କାଉନସେଲର ମିତା ହାଁସଦା ଓ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କାଉନସେଲର ଅର୍ଚନା ହାଁସଦା ଅଭିନୟ କରିଛନ୍ତି I ତିରିଂର ଡ଼ୁବୁଲାବେଡା ଆର.ଏସ.ହୋମ ଅଡିଓରେ ରେକର୍ଡିଙ୍ଗ ହେଇଥିଲାବେଳେ ରାଇରଙ୍ଗପୁରର ସ୍ଟୁଡ଼ିଓ ରାଜା କ୍ରିଏସନରେ ଏଡିଟିଂ କାମ କରାଯାଇଅଛିI ଗୀତଟି ଆଗାମୀ ଶିଶୁ ଦିବସରେ ପ୍ରକାଶନ ହେବ ବୋଲି କଣ୍ଠଶିଳ୍ପୀ ଶ୍ରୀ ସ୍ମୃତି ରଞ୍ଜନ ପାଣି ଓ ଡି.ସାର ପ୍ରକାଶ କରିଛନ୍ତି I ଏଥିରେ ଶିକ୍ଷୟିତ୍ରୀ ମମତା ପାତ୍ର,ଲଷ୍ମଣ ମାର୍ଣ୍ଡି,ରବି ନାରାୟଣ କୁଁଅର, ଅନଙ୍ଗ ମଞ୍ଜରୀ ଧଳ,ଜ୍ୟୋତିଶଙ୍କର ମହାପାତ୍ର,ରଘୁନାଥ ସାଉଁୟା,କିଙ୍ଗ କଙ୍ଗ, ଆଶିଷ କୁମାର ଦଳେଇ, ପ୍ରମୁଖ ସହଯୋଗ କରିଥିଲେ I

ରାଇରଙ୍ଗପୁର ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.