ପାତାଳି ଶ୍ରୀକ୍ଷେତ୍ର ରୁ ଚୋରି ଜିଲ୍ଲାସାରା ତିବ୍ର ପ୍ରତିକ୍ରିୟା

0 17

ସୁବର୍ଣ୍ଣପୁର ଜିଲ୍ଲା ର କୋଟସମଲାଇ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ର ର ମୁଖ୍ୟ ମନ୍ଦିର ରୁ ଚୋରିହୋଇଥିବାର ଜଣାଯାଇଛି। ଗତକାଲି ପୂଜାକରିବାକୁ ସକାଳୁ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଢ଼ୀ, ଗୁଣ ସାଗର ପଣ୍ଡା ଆସିବା ପରେ ମୁଖ୍ୟ ମନ୍ଦିର ର ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ ପରେ ଏ ସଂପର୍କରେ ସେ ମନ୍ଦିର ପରିଚାଳନା କମିଟିର ସଭ୍ୟଙ୍କୁ ଜଣେଇଥିଲେ ପରେ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ ଆରମ୍ଭ କରିଥିଲେ।ପ୍ରାଥମିକ ଆକଳନରୁ ମନ୍ଦିର ସାମ୍ନାରେ ଥିବା ଦାନବାକ୍ସ କୁ ଉଠାଇ ନେବାପରେ ମୁଖ୍ୟ ମନ୍ଦିର ର ତାଲାଭାଙ୍ଗି ଗର୍ଭଗୃହ ରେ ଥିବା ଠାକୁରଙ୍କ ପାଟବସ୍ତ୍ର, ରୂପାଗଡୁ,ଛୋଟବାକ୍ସ ରେ ଥିବା ୧୪ ହଜାର ଟଙ୍କା ନେଇଯାଇଥିଲେ। ଦୁର୍ବୁତ୍ତ ମୁଖ୍ୟହୁଣ୍ଡିରେ ଥିବା ସମସ୍ତ ଟଙ୍କାକୁ ନେଇଯାଇ ଅନତିଦୁରରେ ଭଙ୍ଗାହୁଣ୍ଡିକୁ ଫୋପାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ସଦଳବଳେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ହୁଣ୍ଡି ଟି ପଡ଼ି ଥିବା ସ୍ଥାନରୁ ପୋଲିସ ୮୮୩୪ ଟଙ୍କା ଜବତ କରି ଅଧିକ ଅନୁସନ୍ଧାନ ଜାରିରଖିଛି ଏସଂପର୍କରେ ପୋଲିସ କେସ ନମ୍ବର ୧୮୬/୨୧ ରେ ଏକ ମାମଲା ରୁଜୁ ହୋଇଛି। ପାତାଳି କ୍ଷେତ୍ରରେ ଏପରି ଚୋରିଘଟଣାକୁ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ପୋଲିସ ତୁରନ୍ତ ଦୁର୍ବୁତ୍ତ ଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଜନସାଧାରଣ ଦାବିକରିଛନ୍ତି। ସ୍ମରଣଯୋଗ୍ୟ ଯେ ପାତାଳି କ୍ଷେତ୍ରରେ ଏକ ପୋଲିସ ଫାଣ୍ଡି ସ୍ଥାପନ ନେଇ ଆଗରୁ ଅନେକ ଥର ଦାବି ଉପସ୍ଥାପନ ହେବାପରେ ତତ୍କାଳୀନ ଆରକ୍ଷୀ ଅଧ୍ୟକ୍ଷ ଆମକୁ ଯାଗା ଦେଲେ ତୁରନ୍ତ ପଦକ୍ଷେପ ନେବେବୋଲି ପ୍ରକାଶ କରିଥିଲେ ହେଁ ସ୍ଥାନୀୟ ତହସିଲଦାର ଙ୍କ ପାଖରେ ଫାଇଲ ଅଟକି ରହିଥିବା ଘଗଣାକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି।

ସୁବର୍ଣ୍ଣପୁର ଜିଲା ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.