ପାରଳାଖେମୁଣ୍ଡିରେ ନାଗୁଲି ଚତୁର୍ଥୀ ପାଳିତ

0 21

ପାରଳାଖେମୁଣ୍ଡି ସହର ସମେତ ସମଗ ଗଜପତି ଜିଲ୍ଲାରେ ନଗୁଲି ଚତୁର୍ଥୀ ପର୍ବ ଧୁ୍‌ମଧାମ୍‌ରେ ପାଲିତ ହୋଇଯାଇଛି ।ରାଜ୍ୟର ଦକ୍ଷିଣ ସୀମାରେ ଆନ୍ଧ୍ରକୁ ଲାଗି ରାହିଥିବା ପାରଳାଖେମୁଣ୍ଡି ସହର ଏବଂ ଏହାର ଆଖାପାଖ ଗ୍ରାମଗୁଡିକରେ ବସବାସ କରୁଥିବା ଉଭୟ ଓଡିଆ ଓ ତେଲୁଗୁ ଭାଷାଭାଷୀ ଲୋକମାନେ ଏହି ପର୍ବକୁ ପାଳନ କରିଥାନ୍ତି ।ଆଜି ସକାଳୁ ସକାଳୁ ସହରରେ ଲୋକମାନେ ବିଭିନ୍ନ ସ୍ଥାନରେ ଥିବା ସାପ ବିଳା ନିକଟରେ ବିଧିବିଧାନ ଅନୁଯାୟୀ ନାଗଦେବାତାଙ୍କୁ ପୂଜା କରିଥିଲେ । ବିଳା ନିକଟରେ ବିଭିନ୍ନ ପ୍ରକାର ପୂଜାସାମଗ୍ରୀ ସମେତ ଅଣ୍ଡା ରଖି ପୂଜା କରିବା ସହ ବାଣ ଫୁଟାଉଥିବାର ଦେଖିବାକୁ ମିଳିଥିଲା ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ ଇପିଏ ନିୟୁଜ

Leave A Reply

Your email address will not be published.