ପାରଳାଖେମୁଣ୍ଡି ପଞ୍ଚାୟତ ସମିତି(ଗୋଷାଣୀ)ର ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 87

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପଞ୍ଚାୟତ ସମିତି(ଗୋଷାଣୀ) ରେ ଥିବା ୨୧ଟି ପଞ୍ଚାୟତଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଫିସରଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୬୭ହଜାର୮୧୦ଜଣ ଜନସଂଖ୍ୟା ବସବାସ କରୁଥିବା ପାରଳାଖେମୁଣ୍ଡି ପଞ୍ଚାୟତ ସମିତି(ଗୋଷାଣୀ)ଟି ୨୧ଟି ପଞ୍ଚାୟତର ୨୮୮ଟି ୱାର୍ଡକୁ ନେଇ ଗଠିତ । ଏହି ପଞ୍ଚାୟତ ସମିତି ଅଧିନରେ ବସବାସ କରୁଥିବା ମୋଟ ୬୭ହଜାର୮୧୦ଜଣ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୧୦ହଜାର୬୩୦,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୧୦ହଜାର୮୪୦ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୪୬ହଜାର୩୩୪ ଅଟେ ।୨୧ଟି ପଞ୍ଚାୟତ ଯଥା ଅଗରଖଣ୍ଡି,ଉପଲଡା, କତଲକଇଠା, କଣ୍ଟ୍ରାଗଡ, କେରାଣ୍ଡି, ଖରଷଣ୍ଢା, ଗାରାବନ୍ଧ, ଗୁରାଣ୍ଡି, ଘୋରଣୀ, ତାଟିପେଟି, ବଚକତ୍ତୁରୁ, ବଡ ଗୋଷାଣୀ, ବୋମ୍ମିକା, ବାଘଶାଳା, ଭୁଷ୍କୁଡି, ମଧୁସୂଦନପୁର, ମାଛମରା, ରମ୍ପା, ସୋବରା, ସରଧାପୁର ଓ ଲାବଣ୍ୟଗଡ ।୩୮୪୧ ଜନସଂଖ୍ୟା ବିଶିଷ୍ଟ ଅହରଖଣ୍ଡି ପଞ୍ଚାୟତର ସରପଞ୍ଚ ଆସନଟି (ପଛୁଆବର୍ଗ-ମହିଳା) ଓ ସମିତିସଭ୍ୟ ଆସନଟି (ଅଣସଂରକ୍ଷିତ-ମହିଳା),୫୦୯୬ ଜନସଂଖ୍ୟା ଥିବା ଉପଲଡା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ) ଓ ସମିତି ସଭ୍ୟ ଆସନଟି (ପଛୁଆବର୍ଗ-ମହିଳା),୪୬୦୩ ଜନସଂଖ୍ୟା ଥିବା କତଲକଇଠା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ-ମହିଳା) ଓ ସମିତି ସଭ୍ୟ ଆସନ (ପଛୁଆବର୍ଗ-ମହିଳା),୨୩୪୯ ଜନସଂଖ୍ୟା ଥିବା କାଣ୍ଟ୍ରାଗଡ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ),୪୦୨୩ ଜନସଂଖ୍ୟା ଥିବା କେରାଣ୍ଡି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୨୮୨୩ ଜନସଂଖ୍ୟା ଥିବା ଖରଷଣ୍ଢା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ-ମହିଳା) ଓ ସମିତି ସଭ୍ୟ ଆସନ (ପଛୁଆବର୍ଗ-ମହିଳା), ୩୩୮୧ ଜନସଂଖ୍ୟା ଥିବା ଗାରାବନ୍ଧ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ),୩୧୧୨ ଜନସଂଖ୍ୟା ଥିବା ଗୁରାଣ୍ଡି ପଞ୍ଚାୟତର ସରପଞ୍ଚ ଆସନ (ପଛୁଆବର୍ଗ-ମହିଳା) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ-ମହିଳା) ,୨୧୩୦ ଜନସଂଖ୍ୟା ଥିବା ଘୋରଣୀ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ-ମହିଳା), ୨୭୭୫ ଜନସଂଖ୍ୟା ଥିବା ତାଟିପେଟି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜାତି) ,୨୪୧୧ଜନସଂଖ୍ୟା ଥିବା ବଡକତ୍ତୁରୁ ପଞ୍ଚାୟତର ସରପଞ୍ଚ ଆସନ (ପଛୁଆବର୍ଗ) ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ-ମହିଳା),୪୭୯୧ ଜନସଂଖ୍ୟା ଥିବା ବଡ ଗୋଷାଣୀ ପଞ୍ଚାୟତର ସରପଞ୍ଚ ଆସନଟି(ଅଣସଂରକ୍ଷିତ) ଓ ସମତି ସଭ୍ୟ ଆସନ ( ଅନୁସୂଚିତ ଜନଜାତି-ମହିଳା), ୧୯୬୫ ଜନସଂଖ୍ୟା ଥିବା ବୋମ୍ମିକା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ-ମହିଳା) , ୪୧୯୨ ଜନସଂଖ୍ୟା ଥିବା ବାଘଶାଳା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ-ମହିଳା) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ), ୨୨୪୮ ଜନସଂଖ୍ୟା ଥିବା ଭୁଷ୍କୁଡି ପଞ୍ଚାୟତର ସରପଞ୍ଚ ଆସନଟି (ଅନୁସୂଚିତ ଜାତି) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜାତି-ମହିଳା), ୩୨୭୮ ଜନସଂଖ୍ୟା ଥିବା ମଧୁସୂଦନପୁର ପଞ୍ଚାୟତର ସରପଞ୍ଚ ଆସନଟି (ଅଣସଂରକ୍ଷିତ) ଓ ସମିତି ସଭ୍ୟ ଆସନ (ପଛୁଆବର୍ଗ), ୨୩୩୪ ଜନସଂଖ୍ୟା ଥିବା ମାଛମରା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜାତି-ମହିଳା), ୪୧୨୪ ଜନସଂଖ୍ୟା ଥିବା ରମ୍ପା ପଞ୍ଚାୟତର ସରପଞ୍ଚ ଆସନଟି (ଅନୂସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ), ୩୧୫୯ ଜନସଂଖ୍ୟା ଥିବା ସୋବରା ପଞ୍ଚାୟତର ସରପଞ୍ଚ ଆସନଟି (ପଛୁଆବର୍ଗ) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ-ମହିଳା), ୨୩୨୪ ଜନସଂଖ୍ୟା ଥିବା ସରଧାପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି -ମହିଳା) ଏବଂ ୩୫୫୧ ଜନସଂଖ୍ୟା ଥିବା ଲାବଣ୍ୟଗଡ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ(ଅଣସଂରକ୍ଷିତ) ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ପରାଳାଖେମୁଣ୍ଡି ପଞ୍ଚାୟତ ସମିତି (ଗୋଷାଣୀ) ର ଅଧ୍ୟକ୍ଷ ଆସନଟି ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.