ପାରାଦୀପ ବିଧାୟକ ଶୋକାତର ହୋଇ କୋଳେଇ ନେଲେ ନିସହାୟ ବାଳକ ସାଇ କୁ

0 32

ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ବଣିତୋ ପଞ୍ଚାୟତ ର ବଣିତୋ ଗ୍ରାମରେ ୩ଜଣ ବାପ ,ଝିଅ, ମା ବିଜୁଳି ଆଘାତ ରେ ମରିଜିବା ପରେ ଗୁରୁବାର ଅପରାହ୍ନ ୨ଟା ରେ ଏହି ପରିବାର ମୃତ ଦେହ ଗୁଡିକ ପୋଷ୍ଟମଟମ ପରେ ତିର୍ତୋଲ ପୋଲିସ ଆଣି ପରିବାର କୁ ଗାଁ ରେ ହସ୍ତାନ୍ତର କରିଥିଲା, ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ୍ୟୁ ଦେହ ଗୁଡ଼ିକ ମଶାଣି କୁ ନେବା ପୂର୍ବରୁ ପାରାଦୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତି ରାଉତରାୟ ଏହି ଦୁଃଖି
ପରିବାର ଙ୍କ ଦ୍ୱାର ରେ ପହଞ୍ଚି ଦୃଘଟଣା ଗ୍ରସ୍ଥ ପରିବାର କୁ ଶାନ୍ତନା ଦେବାସହ ବଞ୍ଚି ଯାଇଥିବା ପୂଅ ସାଇ କୁ କୋଳେଇ ନେଇ କାନ୍ଦି ପକାଇ ଥିଲେ, ମୁଁ ଏ ପିଲାର ସମସ୍ତ ଦାଇତ୍ୱ ନେବି ମଣିଷ କରିବି,ଖାଲି ବିଧାୟକ ଭାବେ ନୁହେଁ ଜଣେ ଦରଦି ମଣିଷ ଭାବେ ପାଳିବି ଓ ଏ ଦୃଘଟଣା ଗ୍ରସ୍ଥ ପରିବାରକୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ପ୍ରତିସୃତି ବଧ୍ୟ ବୋଲି କହିଛନ୍ତି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.