ପାର୍ବତୀ ବିଶ୍ୱାଳ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୃର୍ତ୍ତି ଉନ୍ନଚନ ଓ ପୁସ୍ତକ ଲୋର୍କାପଣ

ଭଦ୍ରକ ଜିଲ୍ଲା ଭଦ୍ରକର ଲୋକପ୍ରିୟ ସାହିତ୍ୟିକା, ସରଳ ହୃଦୟର ବ୍ୟକ୍ତିତ୍ୱ ତଥା ହିରୋ ମେନେଜିଂ ପାର୍ଟନର ପ୍ରୀତିରଞ୍ଜନ ଜେନାଙ୍କ ମା ଓ ଭଦ୍ରକ ର ବିଧାୟକ ସଂଜୀବ ମଲ୍ଲିକ ଙ୍କ ଶାଶୁ ମା ୰ ପାର୍ବତୀ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ନମୋଚନ ଓ ‘ପ୍ରଣମ୍ୟା ପାର୍ବତୀ’ ନାମକ ପୁସ୍ତକର ଲୋକାର୍ପଣ ଉତ୍ସବ ଭଦ୍ରକର ସ୍ଥାନୀୟ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ବିଶିଷ୍ଟ ଲେଖିକା ଇତି ସାମନ୍ତ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,ତିହିଡି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ,ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ,ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ବହୁ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦାନ କରି ସ୍ମୃତି ଚାରଣ କରିବା ସହିତ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପାନ୍ଥନିବାସ ଠାରେ । ଆଜି ତାଙ୍କ ବାସଭବନ ଜଗନ୍ନାଥପୁର ଠାରେ ଦିବା ୧୧ ଟା ସମୟ ରେ ପ୍ରତିମୃର୍ତ୍ତି ଉନ୍ନ ଚନ କରାଯାଇଥିଲା ପରେ ପାନ୍ଥ ନିବାସ ରେ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେଠାରେ ଭଦ୍ରକ ର ବିଭିନ୍ନ ରାଜନୈତିକ ମାନ୍ୟ ଗୁଣ୍ଯ ବ୍ଯକ୍ତି ,ଏବଂ ବରିଷ୍ଠ ଗୁଣି ଗାନି ଯୋଗ ଦାନ ଦେଇ ଥିଲେ ।
ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )