ପିସି ଖାଇଦେଲା ଦେଉଲି ବ୍ରିଜ

0 5

ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତବାସୀ ଙ୍କ ଦୀର୍ଘ ଦିନର ସ୍ପପ୍ନଥିଲା ଯେ, ଅଙ୍ଗ ନଦୀ ଉପରେ ଦେଉଲି ଠାରେ ଏକ ବ୍ରିଜ ନିର୍ମାଣ ହେଉ । ବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କୁ ୧୫ କି.ମି ବୁଲିକି ଯିବାକୁ ପଡିବନି । ସେମାନେ କମ ସମୟ ମଧ୍ୟରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଲି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ବ୍ରିଜ ନିର୍ମାଣ କରାଯାଉଛି । ଏହି ବ୍ରିଜ ନିର୍ମାଣ ହେବା ଦ୍ବାରା ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲ.ଏନ.ଆଇ.ସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ଦିଆ ଯାଇଥିଲା। ୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ବ୍ରିଜ ର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ନିର୍ମାଣର ଅଳ୍ପ କିଛି ଦିନ ମଧ୍ୟରେ ଲଘୁଚାପ ବର୍ଷା ଫଳରେ ସାଇଟ କାନ୍ଥ ପ୍ୟାକିଙ୍ଗରେ ନିମ୍ନ ମାନର କାମ ଯୋଗୁଁ ମାଟି ତଳକୁ ଦବି ଯିବା ସହ ରାସ୍ତାରେ ବଡ଼ ବଡ଼ ଫାଟ ହୋଇଯାଇଥିବା ଦେଖିବାକୁ ମିଲୁଛି। ସାଇଟ କାନ୍ଥ ପ୍ୟାକିଙ୍ଗ ସମୟରେ ନିମ୍ନ ମାନର ପଥର ଦେଇଥିବା କାରଣରୁ ବର୍ଷା ପାଣିରେ ମାଟି ଧୋଇ ହେବା ସହ ବଡ଼ବଡ଼ ଗର୍ତ୍ତ ସୄଷ୍ଟି ହୋଇସାରିଛି । ବ୍ରିଜ ଉପରେ ମଧ୍ୟ ଫାଟ ସୄଷ୍ଟି ହେବା ସହ ବ୍ରିଜ ର ଛାତ ଦବି ବାକୁ ଲାଗିଲାଣି । ଫଳରେ ଲୋକମାନେ ଯିବା ଆସିବା କରିବାରେ ଭୟ କରୁଥିବା ଅଭିଯୋଗ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଲୋକଙ୍କ ପାଇଁ ଦୀର୍ଘ ସମୟ ଯାତାୟାତ କରି ପାରିବେ ବୋଲି ବ୍ରିଜ ନିର୍ମାଣ କରୁଛନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ମାନେ ଅତି ନିମ୍ନ ମାନର କାମ କରୁଛନ୍ତି ଏବଂ ହାତ ଗୁଞ୍ଜା ପାଇଗଲେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ ରହୁଛନ୍ତି । ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଭଳି ଅସାଧୁ ଠିକାଦାର ଓ କର୍ମଚାରୀ ମାନଙ୍କ ଯୋଗୁଁ ତାହା ଲୋକଙ୍କ ପଖରେ ପହଞ୍ଚି ପାରୁନାହିଁ । ଅନ୍ୟପଟେ ନିମ୍ନ ମାନର କାମ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜନସାଧାରଣ ଅଭିଯୋଗ କଲେ ଲୋକ ମାନଙ୍କୁ ଭୁଆଁ ବୁଲେଇ ଚୁପ କରେଇ ଦେଉଥିବା ଅଭିଯୋଗ କରୁଛନ୍ତି । ଏହାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ l

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.