ପୁଅର ଚିକିତ୍ସା ପାଇଁ ବିଧବା ମା ର ଆକୁଳ ନିବେଦନ

0 2

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତ ବେଲମାଛକ ଜଗନ୍ନାଥ ପୁର ଗ୍ରାମ ଭଜହରି ଜେନାନାମକ ଜଣେ ଯୁବକ ଗଭୀର ରୋଗ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଯାହାଙ୍କ ର ବାପା ଜଗବନ୍ଧୁ ଜେନା ମୃତ ,ସାନ ଭାଇ ବୁଦ୍ଧୀରାମ ଜେନା ମଧ୍ୟ ମୃତ ଏବଂ ତାଙ୍କର ବୁଢ଼ୀ ମା ଜାଡ଼ି ଜେନା ଯିଏ କି ଏକମାତ୍ର ରୋଗୀ ର ଭରସା ବାର୍ଧ୍ୟକ୍ୟ ଅବସ୍ଥା ରେ ମଧ୍ୟ ଘର ଘର ବୁଲି ମୂଲ ଲାଗି ରୋଗୀ ପୁଅ ର ଚିକତ୍ସା ଓ ପେଟ ପୋଷୁଛନ୍ତି ବହୁତ କଷ୍ଟ ରେ ନିଜ ଜୀବନ ବିତାଉଛନ୍ତି ମା ଓ ରୋଗୀ ପୁଅ।ଭଗବାନ ଙ୍କ ଭରସା ରେ ନିଜ ରୋଗୀ ପୁଅ ର ଚିକିତ୍ସା କରାଉଛନ୍ତି ଏତେ ଅଭାବ ଭିତରେ ମଧ୍ୟ ନିଜ ରୋଗକ୍ରାନ୍ତ ପୁଅ କୁ କଟକ ବଡ଼ ଡ଼ାକ୍ତରଖାନା ପର୍ଯ୍ୟନ୍ତ ନେଇକି ଯାଇଥିଲେ ସେଠାରେ ଡାକ୍ତର ପରାମର୍ଶ ପରେ ଜାଣିଲେ ଯେ ରୋଗୀ ଭଜହରି ଲିଭର ଜନିତ ରୋଗ ରେ ପୀଡିତ ।ଆଗକୁ ତାଙ୍କୁ ଚିକିତ୍ସା କରିବା ନିମନ୍ତେ ଅଧିକ ଅର୍ଥ ଆବଶ୍ୟକ ଯାହାକି ତାଙ୍କ ମା ଙ୍କ ପକ୍ଷ ରେ ଅସମ୍ଭବ। ତାଙ୍କ ମା ଙ୍କ ର ଏତିକି ଗୁହାରି ସରକାର ଙ୍କ ନିକଟରେ ଓ ଜିଲ୍ଲା ପ୍ରଶାସନ ତାଙ୍କ ରୋଗୀ ପୁଅ ର ଚିକିତ୍ସା ରେ ସାହାଯ୍ୟ କରିଲେ ଗୋଟେ ଅସହାୟ ମା ପାଖକୁ ତା ପୁଅ ଫେରି ଆସିବା।ସରକାର ଙ୍କ ପାଖେ ଏତିକି ନିବେଦନ ରୋଗୀ ଭଜହରି ଯେନା ଙ୍କ ଚିକିତ୍ସା ରେ ସାହାଯ୍ୟ କରି ତାଙ୍କୁ ସୁସ୍ଥ କରେଇଦିଅନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.