ପୁଣି ଖଟିଆରେ ବୁହାହେଲେ ରୋଗୀ

0 11

ପୁଣି ଖଟିଆରେ ବୁହାହେଲେ ରୋଗୀ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ପୁଣି ସାମ୍ନାକୁ ଆସିଛି। ଏ ଚିତ୍ର ହେଉଛି ମୟୂରଭଞ୍ଜ ଓ ବାଲେଶ୍ୱର ସୀମାଞ୍ଚଳ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ତୋଟାପଡା ପଞ୍ଚାୟତର ମୁରୁଡା ଗ୍ରାମ। ସୂଚନା ଅନୁଯାୟୀ ଯାଙ୍ଗେଶ୍ଵର୍ ହାଂସଦା କାମ କରିବା ପାଇଁ ପାଳ କୁ ଯାଇଥିଲେ କିନ୍ତୁ ହଠାତ୍ ତାଙ୍କର ମୁଣ୍ଡ ବୁଲେଇବା ସହ ରକ୍ତ ବାନ୍ତି ହୋଇଥିଲା।

ସଙ୍ଗେ ସଙ୍ଗେ ଗ୍ରାମବାସୀ ରାସ୍ତା ନଥିବାରୁ ତାଙ୍କୁ ଖୋଟିଅା ସାହାଯ୍ୟରେ ପାଞ୍ଚ କିଲୋମିଟର ଦୂର ବସ୍ତା ମେଡିକାଲ କୁ ନେଇଯାଇଥିଲେ। ଗ୍ରାମଟିରେ ୨୭ ପରିବାରର ଦୁଇ ଶହ ପାଖାପାଖି ଲୋକ ବସବାସ କରୁଥିବା ବେଳେ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ଘାଟର ସୁବିଧା ନାହିଁ। ଆମ୍ବୁଲାନ୍ସ ଆସିବା ପାଇଁ ଗ୍ରାମକୁ ସଂଯୋଗ କରୁଥିବା ପାଞ୍ଚ କିଲୋମିଟରର ରାସ୍ତା ଅତି ଶୋଚନୀୟ। ବର୍ଷା ଦିନ ଆସିଲେ ଲୋକଙ୍କ ଯାତାୟାତର ଦୁଃଖ ନକହିବା ଭଲ। ବନ୍ୟା ସମୟରେ ଘରୁ କେହି ବାହାରି ପାରୁନଥିବା ବେଳେ ସ୍କୁଲ ଯିବା ପାଇଁ ହେଲେ ନଦୀ ପାର ସହିତ ଭତ୍ତା ଟଙ୍କା ଆଣିବା ପାଇଁ ବୁଢ଼ା ବୁଢ଼ୀ ମାନେ ନଦୀ ପାର ହୋଇ ପଞ୍ଚାୟତ ଅଫିସ୍ ଯାଆନ୍ତି। କିମ୍ବା ୧୫ କିମି ଘୁରିକି ମୁଖ୍ୟ ସଡ଼କ ବସ୍ତା ଦେଇ ଆସିବାକୁ ପଡିଥାଏ। ବାରମ୍ବାର ଅନୁରୋଧ କଲେ ସୁଦ୍ଧା ପ୍ରସାଶନ କିମ୍ବା ଲୋକ ପ୍ରତିନିଧି ଶୁଣିବାକୁ ନାରାଜ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଜଣାପଡିଛି।

ମୟୁରଭଞ୍ଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.