ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ

0 7

ରୁପା ଇଟା କୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବା ବେଳେ, ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ ଆରଂଭ ହୋଇଛି। ମଠ ର ବିଭିନ୍ନ ସ୍ଥାନ ରେ ଆଉ କିଛି ମୁଲ୍ୟବାନ ଜିନିଷ ଥିବା ସନ୍ଦେହ କରାଯାଇ ତଲାସୀ ଅଭିଯାନ ଆରଂଭ ହୋଇଛି। ଜିଲ୍ଲା ପ୍ରଶାସନ, ଦେବୋତ୍ତର କମିସନ ଓ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟ କରୁଛନ୍ତି। ଗତ କିଛିଦିନ ତଳେ ଏମାର ମଠ ଅନ୍ତରୀଣ ଟ୍ରଷ୍ଟ ପକ୍ଷରୁ ମଠ ରେ ଆଉ କିଛି ମୁଲ୍ୟବାନ ସାମଗ୍ରୀ ତଥା ଗୁପ୍ତ ଧନ ଥିବା ସନ୍ଦେହ କରାଯିବା ପରେ ଦେବୋତ୍ତର କମିସନ ଙ୍କ ନିକଟ କୁ ଏ ନେଇ ଅବଗତ କରାଯାଇ ଥିଲା। ପରେ ନିଷ୍ପତ୍ତି ମୁତାବକ ଆଜି ମେଟାଲ ଡ଼ିଟେକ୍ଟର ରେ ତଲାସୀ କରାଯାଉଛି। ମଠ ର ଅଗଣା , ଯଜ୍ଞ ମଣ୍ଡପ , ବିଭିନ୍ନ କୋଠ ରେ ଥିବା କାନ୍ଥ କୁ ମେଟାଲ ଡ଼ିଟେକ୍ଟର ଲଗାଯାଇ ତଲାସୀ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ କୌଣସି ମୁଲ୍ୟବାନ ସାମଗ୍ରୀ ମିଳି ନ ଥିବା ଜଣାପଡିଛି।
ପୂର୍ବରୁ ମଠ ରୁ ୫୨୨ ଖଣ୍ଡ ଓ ପରେ ୪୨ଖଣ୍ଡ ରୂପାଇଟା ଏମାରମଠରୁ ମିଳିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇ ଥିଲା। ତେବେ ଏମାର ମଠ ମହନ୍ତ ମଠ ର ପୂର୍ବରୁ ତଲାସୀ ନେଇ ପ୍ରଶାସନ କୁ ସାହାଯ୍ୟ କରିନଥିବା ଅଭିଯୋଗ ହୋଇଥିଲା। ଫଳରେ ଏମାର ମଠ ଆହୁରି କିଛି ଗୁପ୍ତ ଧନ ଥାଇପାରେ ବୋଲି ସାଧାରଣ ଚର୍ଚ୍ଚା ହେଉଥିବା ବେଳେ ଆଜି ତଲାସୀ ପରେ ଏହି ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.