ପୁଣି ରାଜ ରାସ୍ତାରେ କନିଷ୍ଠ ଶିକ୍ଷକ

0 34

ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍ ଙ୍କୁ ଦାବି ପତ୍ର ଦେଲେ କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଶାଖା l PAB ହାରରେ ପରିତୋଶିକ ବୃଦ୍ଧି, ୨୦୧୩ ଚୁକ୍ତଭିତ୍ତିକ ନିୟମରେ ସଂଶୋଧନ କରି କନିଷ୍ଠ ଶିକ୍ଷକ ଙ୍କୁ ଅନ୍ତର୍ଭୁକ୍ତ କରାଯାଉ ଏବଂ ସମସ୍ତ ବର୍ଗର କନିଷ୍ଠ ଶିକ୍ଷକ ଙ୍କୁ ୧୦ ଲକ୍ଷ୍ୟ ଟଙ୍କା ମୃତୁ କାଳୀନ ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି l ଏ ନେଇ ସ୍ଥାନୀୟ ବରଗଡ଼ ନିଶାମଣି ପଡ଼ିଆ ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଶତାଧିକ କନିଷ୍ଠ ଶିକ୍ଷକ ପଂହଚି ଦାବି ପତ୍ର ପ୍ରଦାନ କରିଛନ୍ତି l ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛି କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଶାଖା l

ବରଗଡ଼ ଜିଲ୍ଲା ରୁ ସୁବାଷ ଚନ୍ଦ୍ର ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.