ପୁରୀରୁ ଗଂଜେଇ ଜବତ ଓ ଗିରଫ
ପୁରୀ ଜିଲାପାଳଙ୍କ ନିଁର୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷୀକା ଶ୍ରୀମତୀ ମାନସୀ ସାହୁ ଏବଂ ମୋବାଇଲିସ୍କ୍ୱାଡ଼ର ଉପ- ନିରୀକ୍ଷୀକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ ଆଣି ଦଣ୍ଡୁଆସିପଡା, ଖଜୁରିଆ ଓ ଏହାର ଆଖପାଖ ଅଂଚଳରେ ଖୁଚୁରା ବ୍ୟବସାୟଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ଅଧିକ୍ଷ୍ୟକ ଶ୍ରୀ ଅମରେନ୍ଦ୍ର ଜେନା ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ, ଏହି ଟିମ ଆଜି ସକାଳ ଭୋରୁ ବ୍ରହ୍ମଗିରି ଥାନା ଅଂଚଳରେ ଚଢ଼ାଉ କରି ଦୁଇଜଣ ବ୍ୟକ୍ତି ଯାହାଙ୍କର ନାମ ଚକ୍ରଧର ପରିଡା , ବୟସ 38 ବର୍ଷ ଓ ଦିଗାମ୍ବର ପରିଡା 45 ବର୍ଷ ଙ୍କୁ ଚଢ଼ଉ କରି ତାଙ୍କ ଠାରୁ 10 କେଜି ଗଂଜେଇ ଜବତ କରିଛନ୍ତି ଏବଂ ତାଙ୍କୁ ଗିରଫ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନମ୍ବର 93/21-22ରେ ଓ ପୁରୀ ସଦର ରେଞ୍ଜ କେସ ନମ୍ବର 27/21-22ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ ଜିଲ୍ଲା କରାଗରକୁ ପଠାଯାଇଛି. ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ 80,000 ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ନିରୀକ୍ଷୀକା ଶ୍ରୀମତୀ ମାନସୀ ସାହୁ ଓ ଉପ-ନିରୀକ୍ଷୀକାଜ ଶ୍ରୀମତୀ ମମତା କୁମାରୀ ଦାଶ, ଉପ- ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ASI ସନ୍ତୋଷ କୁମାର ନାୟକ, ଅଭିଜିତ ପ୍ରଧାନ, ପ୍ରବୀଣ ବିରାଜ ଖିରୋ ପ୍ରମୁଖ ସାମିଲ ଥିଲେ.
ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )