ପୁରୀ ଜିଲ୍ଲା ଗୋପ ପୋଲିସ କୁ ବଡ ସଫଳତା

0 3

ଗୋପ ପୋଲିସ କୁ ବଡ ସଫଳତା।ଆଠ ରୁ ଉର୍ଦ୍ଧ୍ବ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ l ଗୋପ ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି। ଚାରିଜଣ ବାଇକ ଚୋର ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିଛି l ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା l

୨୫ ତାରିଖରେ ନିମାପଡା ଥାନା ଅଧୀନ ବରଡ଼ିଖୋଲ ଅଂଚଳର ଶଶୀଭୁଷଣ ଦାସ ଗୋପ ଥାନା ଅଧିନସ୍ତ ନାଗପୁର ବଜାରରୁ ଏକ ବାଇକ ଚୋରୀ କରୁଥିବା ସମୟରେ ଲୋକଙ୍କ ହାବୁଡେ ପଡି ନିସ୍ତୁକ ଛେଚା ଖାଇଥିଲେ l ପରେ ଗୋପ ପୋଲିସ ପହଞ୍ଚି ଶଶୀଭୁଷଣ ଙ୍କ ସହିତ ଦୁଇ ସହଯୋଗୀ ଙ୍କୁ ଗିରଫ କରିଥିଲା l ଏହି ବାଇକ ଚୋରୀ ଘଟଣାରେ ପୋଲିସ ତଦନ୍ତ କରି ଗୋପ, ନିମାପଡା, ନିଆଳି, ଏବଂ କୋଣାର୍କ ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଠ ଗୋଟି ବାଇକ ସହ ବିଭିର୍ଣ୍ଣ ଯନ୍ତ୍ରାସ ମାନ ଜବତ କରି ଜଣେ ଗ୍ୟାରେଜ ମାଲିକଙ୍କୁ ଗିରଫ କରିଥିଲା l ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୁଷଣ ସମେତ ନିମାପଡା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ ଏବଂ ବାଲିପାଟଣା ଅଂଚଳର ପ୍ରଦୀପ ଭୋଇ ଙ୍କୁ ଗୋପ ପୋଲିସ କୋର୍ଟ ଚାଲଣ କରିଛନ୍ତି। ଖୁବୁଶ୍ରୀଘ୍ର କୋଣାର୍କ,ଗୋପ ନିମାପଡା, ଅଞ୍ଚଳର ଅନ୍ୟ ଚୋରଙ୍କୁ ଗିରଫ କରାଯିବ ବୋଲି ଗୋପ ଥାନା ଅଧିକାରୀ କହିଛନ୍ତି ।

ପୁରୀ ଇପିଏ ରୁସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.