ପୁରୀ ନାମ ପୂର୍ବରୁ ଶ୍ରୀଜଗନ୍ନାଥ ଧାମ ଲଗାଇବାକୁ ଖୁବ ବିରୋଧ

0 6

ପୁରୀ ନାଁ ପୂର୍ବରୁ ଶ୍ରୀଜଗନ୍ନାଥ ଧାମ ଲଗାଇବା ନେଇ ଦିନକୁ ଦିନ ରାଜନୀତି ଜୋର ଧରିଛି।ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ବିଜେପି ରାଷ୍ଟୀୟ

ପ୍ରବକ୍ତା ଡଃ ସମ୍ବିତ ପାତ୍ର ପୁରୀ ରେଳଷ୍ଟେସନରେ ଧରିଥିବା ଏକ ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା।ଏହାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଦୃଢ ପ୍ରତିବାଦ କରାଯାଇଛି।ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ଓ ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ସେ ପୁରୀ ଆସି ନିଃସର୍ତ୍ତର୍ତ କ୍ଷମା ପ୍ରାଥନା କରିବାକୁ ଦାବୀ କରାଯାଇଛି ।ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି।ସେ କ୍ଷମା ପ୍ରାର୍ଥନା ନକରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।
ବାଇଟ ୧-ଶୁଭାଶିଷ ଖୁଣ୍ଟିଆ,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.