ପୁରୀ ନିମାପଡା ଅଂଚଳ ରେ ଅଭାବନୀୟ ଘଟଣା

0 3

୨ ନାବାଳକ ପୋଖରୀ ରେ ବୁଡି ପ୍ରାଣ ହରେଇ ଛନ୍ତି। ନିମାପଡା ଥାନା ଆଳି ପିଙ୍ଗଳ ଗାଁ ରେ ଏହି ଘଟଣା ଘଟିଛି। ମୃତ ଦୁଇ ନାବାଳକ ହେଲେ ୭ ବର୍ଷ ର ଶକ୍ତି ସାହୁ ଓ ୧୦ ବର୍ଷ ସାଇରାମ ବାରିକ । ସୂଚନା ଅନୁଯାୟୀ କାର୍ତିକ ପୂର୍ଣ୍ଣିମା ଅବସର ରେ ଗାଁ ରେ ଭଜନ କୀର୍ତ୍ତନ ସମାରୋହ ଚାଲିଥିଲା। ପିଲା ମାନେ ଖେଳ କୁଦ କରୁଥିଲେ। ତେବେ ନିକଟରେ ଥିବା ପୋଖରୀ ରେ ଡଙ୍ଗା ଭାସୁଥିବା ଦେଖି ତାକୁ ଆଣିବା ପାଇଁ ଶକ୍ତି ଓ ସାଇରାମ ପାଣି ଭିତରେ ପଶି ଯାଇ ଥିଲେ। ପରେ ସେମାନେ ପୋଖରୀ ରେ ବୁଡି ଯାଇ ଥିଲେ। ସ୍ଥାନୀୟ ଲୋକ ମାନେ ତୁରନ୍ତ ଉଧାର କରି ମେଡ଼ିକାଲ କୁ ନେଇ ଥିଲେ। ହେଲେ ଶକ୍ତି ସାହୁ ଓ ସାଇରାମ ବାରିକ ଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ନିମାପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ପୁରୀ ଜିଲ୍ଲା ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.