ପୁରୀ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରି ଷ୍ଟ୍ରଙ୍ଗରୁମ କୁ ଯାଇଚି ଶ୍ରୀମନ୍ଦିର କଳାହାଟ ଦ୍ଵାର ରୁପା ଚାଦର।

0 14

ଶ୍ରୀମନ୍ଦିରପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି। ତେବେ ମୋଟ 11 ଟି ବାକ୍ସ ରେ ଏହି ରୁପା ସାମଗ୍ରୀ କୁ ସିଲ କରାଯାଇ ଜିଲ୍ଲା ଟ୍ରେଜେରୀ କୁ ପଠାଇ ଦିଆଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସବୁ ରୁପା ଟ୍ରେଜେରୀ କୁ ନିଆଯାଇ ଥିଲା। ବାକ୍ସ ର ସମସ୍ତ ଚାବି ମଧ୍ୟ ଟ୍ରେଜେରୀ ରେ ରହିବ। ଆସନ୍ତା ବର୍ଷ ରଥଯାତ୍ରା ର ଏକ ମାସ ପୂର୍ବରୁ ଟ୍ରେଜେରୀ ରୁ ରୁପା କୁ ଅଣାଯାଇ କଳାହାଟ ଦ୍ୱାର ର କବାଟ କୁ ରୁପା ଛାଉଣୀ କରାଯିବ। ଚଳିତ ବର୍ଷ ସମୟ ଅଭାବ ହେତୁ ରଥଯାତ୍ରା ବେଳେ ଏହି ଦ୍ୱାର ର ରୁପା ଛାଉଣୀ କାର୍ଯ୍ୟ ହୋଇ ପାରି ନ ଥିଲା। ମୋଟ 8 ଟି କବାଟ ରୁ କଳାହାଟ ଦ୍ୱାର କୁ ଛାଡି 7 ଟି ଦ୍ୱାର ର କବାଟ ରେ ରୁପା ଛାଉଣୀ କାର୍ଯ୍ୟ ସରିଛି।
ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ୮ ପ୍ରମୁଖ ଦ୍ଵାରକୁ ରୁପାରେ ଆଚ୍ଛାଦିତ କରିବାକୁ ନିଷ୍ପତ୍ତି ନେଇଥିଲା। ୮ଟି ଯାକ ଦ୍ଵାର ନୂଆ ବର୍ମା ଟିକ୍‌ରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ବ ବିଭାଗର ଅନୁମୋଦନ ପରେ ଏହି କାମ ହୋଇଛି। ମୁମ୍ବାଇର ଜଣେ ଦାତା ଏ ବାବଦ ଆବଶ୍ୟକ କାଠ, ରୁପା ଚାଦର ଯୋଗାଇ ଦେଇଛନ୍ତି। ପ୍ରାୟ ୨୩୫୦ କେଜି ରୁପାରେ ୮ଟି ଦ୍ଵାର ରୁପା ଆଚ୍ଛାଦିତ କରାଯାଉଛି।
୭ଟି ଦ୍ଵାର ଯଥା ଭୋଗମଣ୍ଡପ ପଶ୍ଚିମପାର୍ଶ୍ଵ ଦ୍ଵାର, ଜୟ-ବିଜୟ ଦ୍ଵାର, ସାତପାହଚ ଦ୍ଵାର, ବେହରଣ ଦ୍ଵାର, ପ୍ରଭୁ ନୃସିଂହ, ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ଦ୍ଵାର ନୂଆ ଲାଗିବା ସହ ଏଥିରେ ରୁପା ଚାଦର ଲାଗିବା କାମ ସରିଛି। କେବଳ କଳାହାଟ ଦ୍ଵାର ବାକି ରହିଛି। ଗତ ରଥଯାତ୍ରା ସମୟରେ ଏହି ଦ୍ଵାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା ।
କିନ୍ତୁ ସମୟ ଅଭାବରୁ ଏହି କାମ ଆରମ୍ଭ ହୋଇ ପାରିନଥିଲା। ସେପଟେ ମହପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଥିବାରୁ ରତ୍ନ ସିଂହସନରେ ଶ୍ରୀଜିଉ ରହିବା ପର୍ଯ୍ୟନ୍ତ ଏହି ଦ୍ଵାର ଚଳିତବର୍ଷ କରିବା ସମ୍ଭବପର ନୁହେଁ। ଏଣୁ ଆସନ୍ତା ରଥଯାତ୍ରାରେ ଶ୍ରୀଜିଉଙ୍କ
ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ଵାର କାମ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ଦ୍ବାରର ସମସ୍ତ ରୁପା ଚାଦର ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଥିଲା। କିନ୍ତୁ ଏତେଦିନ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ ରୁମ୍‌ରେ ରୁପା ଚାଦର ରଖିବା ସୁରକ୍ଷିତ ନଥିବାରୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା । ଶ୍ରୀମନ୍ଦିର ପ୍ରଶାସନ।


ଜିଲ୍ଲା ଟ୍ରେଜେରିରେ ଏହାକୁ ରଖିବାକୁ ଅନୁମତି ମାଗିଥିଲା। ଜିଲ୍ଲାପାଳଙ୍କ ଅନୁମତି ପରେ ଜିଲ୍ଲା ଟ୍ରେଜେରିକୁ ଚିଠି ଲେଖିଥିଲା ମନ୍ଦିର ପ୍ରଶାସନ। ଜିଲ୍ଲା ଟ୍ରେଜେରି ସହମତି ଜଣାଇବା ପରେ ଆଜି ଏହା ଟ୍ରେଜରିକୁ ସ୍ଥାନାନ୍ତର କରାଯାଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.