ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ କୁ ଦୃଢ଼ ବିରୋଧ

0 5

ପୁରୀ ରେ ଥିବା ବ୍ଲୁ ଫ୍ଲାଗ ବିଚ ଓ ଚକ୍ର ତୀର୍ଥ ରୋଡ଼ ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ଵିଚ କୁ ଦୃଢ଼ ବିରୋଧ। ଉଠା ଦୋକାନୀ ଙ୍କୁ ବିନା ଥଇଥାନରେ ଉଛେଦ କୁ ପ୍ରତିବାଦ । ପୁରୀ ଜିଲାପାଳ ଙ୍କ ଅଫିସ ଆଗରେ ଶହ ଶହ ଉଠା ଦୋକାନୀ ବିକ୍ଷୋଭ କରିଛନ୍ତି। ଉଠା ଦୋକାନୀ ସଂଘ ଅଭିଯୋଗ କରିଛି ଯେ ପୁରୀ ରେ ଶ୍ରୀମନ୍ଦିର ଓ ବେଳାଭୂମି କୁ ନେଇ ପୁରୀ ବାସିନ୍ଦା ଚଳନ୍ତି।

ସେବକମାନେ ଶ୍ରୀମନ୍ଦିର କୁ ନେଇ ଚଳୁ ଥିବା ବେଳେ ହଜାର ହଜାର ସାଧାରଣ ଲୋକ ପୁରୀ ବେଳାଭୂମିରେ ବିଭିନ୍ନ ବ୍ୟବସାୟ କରି ଚଳନ୍ତି। ତେବେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ହେବା ଏବଂ ଚକ୍ରତୀର୍ଥ ରୋଡ଼ ବେଳାଭୂମି ରେ ଆଉ ଏକ ବ୍ଲୁ ଫ୍ଲାଗ ବିଚ ତିଆରି ପାଇଁ ପ୍ରଶାସନ ଯୋଜନା ଯୋଗୁ ହଜାର ହଜାର ଉଠା ଦୋକାନୀ ଙ୍କୁ ଉଛେଦ କରାଗଲେ ଲୋକ ଙ୍କ ଜିବନ ଜୀବିକା ବିପନ୍ନ ହେବ। ଏଣୁ ଲୋକ ଙ୍କୁ ସ୍ୱାର୍ଥ କୁ ଦେଖି ପ୍ରଶାସନ ପ୍ରଥମେ ଥଇଥାନ କରି ବ୍ଲୁ ଫ୍ଲାଗ ବିଚ କରୁ। ନ ହେଲେ ବ୍ୟାପକ ଆନ୍ଦୋଳନ ହେବ । ଅପ୍ରୀତିକର ପରିସ୍ଥିତି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଉଠା ଦୋକାନୀ ସଂଘ ଚେତାବନୀ ଦେଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.