ପୁରୀ ବ୍ରହ୍ମଗିରି ଥାନା ନାଥପୁର ଭୋଇ ସାହି ବୋମାମାଡ଼ ଘଟଣା ରେ ୧୦ ଜଣକୁ ଗିରଫ

0 6

ପୁରୀ ବ୍ରହ୍ମଗିରି ଥାନା ନାଥପୁର ଭୋଇ ସାହି ରେ ଘଟିଥିବା ଗୋଷ୍ଟି ସଂଘର୍ଷ ଓ ବୋମାମାଡ଼ ଘଟଣା ରେ 10 ଜଣକୁ ଗିରଫ କରିଛି ପୁରୀ ପୋଲିସ l ଘଟଣା ର ତଦନ୍ତ ଜାରିରହିଛି। ଯେଉଁ ମନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୂଚନା ଦେଇଛନ୍ତି ପୁରୀ ଏସ୍ପି କେ ଵିଶାଲ ସିଂ l ଘଟଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି 4ପ୍ଲାଟୁନ ପୋଲିସ ଫୋର୍ସ, ସଦର ଏସ ଡି ଓ, ଅତିରିକ୍ତ ଏସ୍ପି ଏବଂ ବ୍ରହ୍ମଗିରି ଆଇ ଆଇ ସି ଉପସ୍ଥିତ ଅଛନ୍ତି l ଘଟଣା ର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀ ସହ ଆଲୋଚନା କରାଯାଇଛି। ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ହେଉଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.