ପୁରୀ ରେ ପଶ୍ଚିମ ଓଡିଶାର ଗଣପର୍ବ “ନୂଆଁଖାଇ” ପାଳନ

0 4

ଜିଲ୍ଳା ସଂସ୍କୃତି ପରିଷଦ, ପୁରୀ ର ଆନୁକୂଲ୍ୟରେ ପଶ୍ଚିମ ଓଡିଶାର ଗଣପର୍ବ “ନୂଆଁଖାଇ” ପାଳନ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗର ବିଖ୍ୟାତ ସାଂସ୍କୃତିକ ଅନୁଷ୍ଠାନ “ପଲ୍ଲବୀ”ପକ୍ଷରୁ ଗୁରୁ ପବିତ୍ର ପରିଡାଙ୍କ ସଂଯୋଜନାରେ ନୂଆଁଖାଇ ଉପରେ ଆଧାରିତ ନୃତ୍ୟ ପଦର୍ଶନ କରାଯାଇଥିଲା ଏତଦବ୍ୟତୀତ ଗୁରୁ ଜଗନ୍ନାଥ ମିଶ୍ର ଙ୍କ ସଂଯୋଜନାରେ,ଲିଙ୍ଗରାଜ କଳା ନିକେତନ, ପୁରୀ ପକ୍ଷରୁ ସୁନ୍ଦର ସୁନ୍ଦର ସମ୍ବଲପୁରୀ ଓ ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ପୁରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.