ପୁରୀ ରେ ମାତିଛନ୍ତି ଅମାନିଆ

0 6

ଭୁବନେଶ୍ବର ଓ କଟକ ପରେ ଏବେ ପୁରୀ ରେ ମାତିଛନ୍ତି ଅମାନିଆ। ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆ କିଛି ଉଦଭ୍ରାନ୍ତ ଯୁବକ ଭିଡ଼ିଓ ପୋଷ୍ଟ କରିଥିବା ନଜର କୁ ଆସିଚି। କମ୍ ବୟସର ଯୁବକ ମାନେ ଏବେ ଠାରୁ ଅପରାଧ ଦୁନିଆ ରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା ପାଇଁ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି। ଅମାନିଆ ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୁରୀ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁରୀ ପୋଲିସ ଏହି ଭିଡିଓର ସତ୍ୟାସତ୍ୟ ଜାଣିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ଦାବି ଉଠିଛି। ସେପଟେ ପୁରୀ ଏସ୍ପି କେ ବିଶାଳ ସିଂ କହିଛନ୍ତି ଘଟଣାର ତଦନ୍ତ ଚାଲିଚି । ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ।ପୁରୀ ରେ କୌଣସି ଅପରାଧିକ କାର୍ଯ୍ୟକଳାପ କୁ ବରଦାସ୍ତ କରାଜୀବନି । ଦୃଢ଼ ହସ୍ତ ରେ ଅପରାଧିଙ୍କୁ ଦମନ କରାଯିବ । ତେବେ ଯୁବ ପିଢି ଖରାପ ବାଟ କୁ ନଯାଇ ନିଜର କ୍ୟାରିଅର ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପୁରୀ ଏସ୍ପି ଅପିଲ କରିଛନ୍ତି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.