ପୁରୀ ରେ ମ‌ହାପ୍ରଭୁଙ୍କୁ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

0 9

ଶ୍ରୀମନ୍ଦିର ଯାଇ ମ‌ହାପ୍ରଭୁଙ୍କ ଦର୍ଶନ ସହ ଆଶିର୍ବାଦ ନେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ଓ ବିଜେପୀ କର୍ମୀ ମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ଓ ମହାଲକ୍ଷ୍ମୀ ଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମଣିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ କୋଭିଡ କଟକଣା ରେ ଶ୍ରୀମନ୍ଦିରରେ ଚାଲିଥିବା ଦର୍ଶନ ବ୍ୟବସ୍ଥା କୁ ଦେଖି ଖୁସି ପ୍ରକଟ କରିଛନ୍ତି ମନ୍ତ୍ରୀ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.