ପୁରୀ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳରେ ୧୪୪ ଧାରା

0 7

ଆସନ୍ତା ୧୨ ତାରିଖ ଦିନ ପବିତ୍ର ଅଁଳା ନବମୀ ଓ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ ଏବଂ ୧୫ ତାରିଖ ଦିନ ବଡ଼ ଏକାଦଶୀ । ଠାକୁର ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ। ତେବେ କୋଭିଡ କଟକଣା ହେତୁ ଉକ୍ତ ଦୁଇ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଲୋକଙ୍କ ଭିଡ଼ କୁ ନଜର ରେ ରଖାଯାଇ କୋଭିଡ କଟକଣା ହେତୁ ୧୪୪ ଧାରା ଜାରି ହେବ। କେଵଳ ସେବାୟତ ମାନେ ଠାକୁର ଙ୍କ ନୀତିକାନ୍ତ ରେ ଉପସ୍ଥିତ ରହିବେ। ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ମଧ୍ୟରେ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିସ୍ପତି ହୋଇଛି। ସରକାରଙ୍କର କୋଭିଡ କଟକଣା ଅନୁଯାଇ ପାରମ୍ପରିକ ରୀତିନୀତି ଅନୁଯାଇ ଦେବନୀତି ଅନୁଷ୍ଠିତ ହେବା ସହିତ ୧୨ ଓ ୧୫ ତାରିଖ ୨ ଦିନ ମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯିବ। ମନ୍ଦିରରେ ଫୁଲ ଓ ଆଲୋକ ସଜ୍ଜା କରାଯିବ। ଏହି ବୈଠକରେ ମନ୍ଦିର କମିଟି ର ସଦସ୍ୟ , ପ୍ରଶାସନିକ ଅଧିକାରୀ , ପୋଲିସ ଉପସ୍ଥିତ ରହିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.