ପୂରା ପରିବାର ସଫା: ମା’, ୨ ଝିଅଙ୍କ ପରେ ମିଳିଲା ବାପାର ମୃତଦେହ

0 2

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ଏକ କୁଅରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନାରାୟଣ ପୋଦାର । ପରିବାର ଲୋକ ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି । ଗତକାଲି ଝାରସୁଗୁଡା ଜିଲ୍ଲା ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଜଣେ ମହିଳା ଓ ତାଙ୍କ ୨ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା ବେଳେ ଆଜି ମିଳିଛି ତାଙ୍କ ସ୍ୱାମୀଙ୍କ ମୃତଦେହ । ଗତକାଲି ମହିଳା ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ ତାଙ୍କ ସ୍ୱାମୀଙ୍କ ପତ୍ତା ମିଳୁ ନ ଥିଲା। ପୁଲିସ୍‌ ତାଙ୍କୁ ସନ୍ଦେହ କରି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଆଜି ଘର ନିକଟ କୂଅରୁ ମିଳିଛି ମୃତା ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ।ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ହତ୍ୟାକାଣ୍ଡ ହୋଇଥିଲେ ଏହା ପଛରେ କାହାର ହାତ ଅଛି, ଅଭିଯୁକ୍ତ କ’ଣ ପାଇଁ ଘଟାଇଲା ଏପରି ଅଭାବନୀୟ କାଣ୍ଡ ତାହାକୁ ନେଇ ଏବେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ୍‌ ମୃତକଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି।
ଖାଦ୍ୟରେ କିଛି ବିଷମିଶାଇ ଏପରି ହତ୍ୟାକାଣ୍ଡ ଘଟାଯାଇଥିବା ଦିଗକୁ ତଦନ୍ତ କରୁଛି ପୁଲିସ୍‌। ଗତକାଲି ପୁଲିସ୍‌ ଓ ଫୋରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ବେଳେ ଘରେ ପଡ଼ିଥିବା ଭାତକୁ ମଧ୍ୟ ସଂଗ୍ରହ କରି ଫୋରେନସିକ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛନ୍ତି।
ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି। ପୂର୍ବରୁ ମହିଳାଜଣକ ନିଜ ଦିଅରଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ସେ ଜେଲ୍‌ ମଧ୍ୟ ଯାଇଥିଲେ। ତେଣୁ ଏଥିରେ ତାଙ୍କ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ଗତକାଲିଠୁ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ଯ,ଗତ କାଲି ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକ ପଡା ଗ୍ରାମରେ ପୁଲିସ ଏକ ଗୃହ ମଧ୍ୟରୁ ମା’୍ଏବଂ ଦୁଇଟି ନାବାଳିକା ଝିଅଙ୍କର ମୃତ ଦେହ ଉଦ୍ଧାର କରିଛି । ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା ।ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ମୃତକ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ପୁଲିସ ତାର କୈାଣସି ସନ୍ଧାନ ନପାଇବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ୍ଷ ଦର୍ଶିଙ୍କ ସୁଚନା ଅନୁଯାୟୀ ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’ ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.