ପୂରୀ ଠାରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡ଼ିଶାର ୭ମ କାର୍ଯ୍ୟ କାରିଣୀ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି

0 4

ଏହି କାର୍ଯ୍ୟକ୍ରମ ଗୃପର ସମଗ୍ର ଓଡ଼ିଶାର ୧୭ ଟି ଶାଖା ଏବଂ ଆନ୍ଧ୍ରପ୍ରଦେଶ ର ସୋମପେଟା ଓ ଝାଡ଼ଖଣ୍ଡର ଷଢେ଼ଇକଳା ଶାଖା ରୁ ଆସିଥିବା ଶତାଧିକ ଆଜୀବନ ସଭ୍ୟ,କର୍ମୀ ,ସେବକ ଓ ସେବିକା ମାନଙ୍କ ଯୋଗଦାନରେ ମହାସମାରୋହରେ , ଶୃଙ୍ଖଳାର ସହିତ ଦୁଇ ଦିନ ବ୍ୟାପି (୧୮/୧୯) ଅନୁଷ୍ଠିତ ହୋଇଯାଇଛି ।
ଏହି ବାର୍ଷିକ ବୈଠକ ରେ ଦଳର ବାର୍ଷିକ ସେବାର ତର୍ଜମା , କାର୍ଯ୍ୟକାରିତା ବିଷୟରେ ଆଲୋଚନା , ପର୍ଯ୍ୟାଲୋଚନା ସହ ଆଗାମୀ ଦିବସରେ ନୂତନ କର୍ମ ନିର୍ଦ୍ଧାରଣ ଓ ସେବା କାର୍ଯ୍ୟକ୍ରମ ଉପରେ ସାମୂହିକ ଆଲୋଚନା ମତଗ୍ରହଣ କରାଯାଇଥିଲା । ଏହା ସହିତ ପ୍ରାୟ ୭୦ ଜଣ କର୍ମୀ ନୂତନ ଭାବରେ ସ୍ଵତଃ ପ୍ରବୃତ୍ତ ହୋଇ ଏହି ଦଳରେ ସାମୂହିକ ଯୋଗ ଦାନ କରିଥିଲେ । ଏହି ଖୁସିରେ ସେବକ ମାନେ ଉତ୍ସାହିତ ହୋଇ କେତେକ କ୍ଷୁଦ୍ର ପ୍ରତିଯୋଗିତା ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।


୧୮ତାରିଖ (ଶନିବାର) ସଂଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ସେବକ ଭାଇ ଓ ଭଉଣୀ ମାନେ ସାମୂହିକ ଦୀପ ଦାନ କରିଥିଲେ ।
୧୯ତାରିଖ (ରବିବାର) ସକାଳୁ ପୂରୀ ଦିଗବାରେଣୀ ଖୁଣ୍ଟି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ , ଶୃଙ୍ଖଳାର ସହିତ ପରିଚାଳନା କରିବାରେ ଦଳର ପ୍ରତିଷ୍ଠାତା ଶିବ ଶଙ୍କର ଦାସ , ରାଜ୍ୟ ସଭାପତି ଦୀପକ୍ ପାଣିଗ୍ରାହୀ ,ରାଜ୍ୟ ସମ୍ପାଦିକା ମିନତି କର , ଅକ୍ଷୟ ଆଚାର୍ଯ୍ୟ , ଧନଞ୍ଜୟ ମିଶ୍ର , ବିମଳେନ୍ଦୁ ଦାସ ,ମାନସ ରଞ୍ଜନ ପଣ୍ଡା , କାହ୍ନୁଚରଣ ପାତ୍ର ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.