ପୂର୍ତ୍ତବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆନ୍ଦୋଳନ ପାଇଁ ସଜବାଜ

0 7

ପାଇକମାଳ : ବରଗଡ଼ ଜିଲ୍ଲାର ପଦ୍ମପୁର ପୂର୍ତ୍ତବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସମଗ୍ର ପାଇକମାଳ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଇଥିବା ସୂଚନା ମିଳିଛି। ପାଇକମାଳ ମୁଖ୍ୟ ରାସ୍ତା ବିଜୁ ଏକ୍ସପ୍ରେସ ୱେ ଯାଇଥିବା ବେଳେ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି।ପାଇକମାଳର ସାଲେପାଲି ଠାରୁ କେନ୍ଦୁଭଟା ପର୍ଯ୍ୟନ୍ତ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକ ପ୍ରାଣ ହରାଇ ସାରିଥିଲେ ହେଁ ପି.ଡ଼ବ୍ଲୁ.ଡି. ବିଭାଗ ଲୋକଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି।ଏ ନେଇ ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଧର୍ମଶାଳା ଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ବ୍ୟବସାୟୀ ସଙ୍ଘ ସମେତ ସାମ୍ବାଦିକ ସଙ୍ଘ ମଧ୍ୟ ସାମିଲ ହୋଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବା ସହ ସ୍ବାସ୍ଥ୍ୟ,ସ୍ବଚ୍ଛତା ସହ ଗମନାଗମନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।ଆସନ୍ତା ୨୫ତାରିଖରେ ପାଇକମାଳ ମୁଖ୍ୟ ଛକରେ ଏକ ସ୍ବତନ୍ତ୍ର ସଭା କରାଯାଇ ଧାରଣ ଦେବା ସହ ପି.ଡବ୍ଲୁ.ଡି.ବିଭାଗ ମନମୁଖୀ କାର୍ଯ୍ୟ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।ଆଗାମୀ ଦିନରେ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତି ଆରମ୍ଭ ହେବା ନିଷ୍ପତ୍ତି ହୋଇଛି।
ବୈଠକରେ ବ୍ୟବସାୟୀ ସଂଘ ସଭାପତି ଯୁଗଳ ମେହେର, ଏଡଭୋକେଟ ରାମରତନ ପୁରୋହିତ,ଲଲିତ ଅଗ୍ରୱାଲ,କେଶବ ସାହୁ,ସାମ୍ବାଦିକ ସଂଘ ତରଫରୁ ବଡ଼ ଶତପଥି,ଧିରେନ୍ ମହାନ୍ତି,ମାନସ ନାୟକ,ସୁରଥ ସାହୁ ଓ ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ପାଇକମାଳ ଇପିଏ ରୁ ଧିରେନ ମହାନ୍ତିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.