ପୂର୍ବତଟ ରେଳବାଇର ପାତର ଅନ୍ତର ନୀତି ଓଡ଼ିଶା ବାସୀଙ୍କୁ ପ୍ରତାରଣା କରୁଛି : ସଂସ୍କାରବାଦୀ

0 6

ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସଂସ୍କାରବାଦୀ ୫ ଦଫା ଦାବି ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା ଙ୍କ ଜରିଆରେ ଖୋର୍ଦ୍ଧା ରେଳ ମଣ୍ଡଳ ପ୍ରବନ୍ଧକ ଠାରେ ଦାବୀ କରିଛି । ସମସ୍ତ ପାସେଞ୍ଜାର ଟ୍ରେନ୍ ପୂର୍ବ ଭଳି ସ୍ୱଳ୍ପ ଭଡ଼ାରେ ଚାଲୁ କରିବା, ପୁରୀ- ଗୁଣପୁର ଓ ପାଲାସା- ଭୁବନେଶ୍ୱର ସ୍ୱତନ୍ତ୍ର ନାମକରଣ ବାତିଲ କରିବାସହ ପୂର୍ବ ପାସେଞ୍ଜର ଟ୍ରେନ୍ ଭଡା ନେବା, ପୂର୍ବ ଭଳି ପୁରୁଷ ବରିଷ୍ଠ ନାଗରିକ ମାନଙ୍କୁ ୪୦ ପ୍ରତିଶତ ଓ ମହିଳା ବରିଷ୍ଠ ନାଗରିକ ମାନଙ୍କୁ ୫୦ ପ୍ରତିଶତ ଟ୍ରେନ୍ ଭଡା ଛାଡ କରିବା,ପୂର୍ବ ଭଳି ଚାକିରିଆ, ବ୍ୟବସାୟୀ , ଛାତ୍ର ଓ ଆବଶ୍ୟକ କରୁଥିବା ଜନସାଧାରଣ ଙ୍କୁ ମାସିକ ଓ ତ୍ରୟମାସିକ ୠତୁ କାଳୀନ ଟିକଟ ବିକ୍ରୟ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ସହ ଟ୍ରେନ୍ ଯାତ୍ରୀ ଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିବା ପାଇଁ ସମସ୍ତ ଟ୍ରେନ୍ ରେ ଆବଶ୍ୟକ ପରିମାଣର ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ସହିତ ସ୍ୱଚ୍ଛ ଶୌଚାଳୟ ର ବ୍ୟବସ୍ଥା କରିବା ଏବଂ ରେଳ ବଗି ଗୁଡ଼ିକୁ ସଦା ସର୍ବଦା ପରିଷ୍କାର ରଖିବା ଦାବୀ ନେଇ ସଂଗଠନର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ପୂର୍ବତଟ ରେଳ ବିଭାଗ କର୍ତ୍ତୃପକ୍ଷ ଙ୍କ ପାତର ଅନ୍ତର ନୀତି ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଉପସ୍ଥିତ ସଦସ୍ୟ ମାନେ ପ୍ରତିବାଦ କରିବା ସହ କୋଭିଡ ନିୟମକୁ ଦୃଷ୍ଟିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପୂର୍ବତଟ ରେଳ ବିଭାଗ ଠାରେ ସଂସ୍କାରବାଦୀ ସଂଗଠନ ୨୦୧୬ ମସିହା ଠାରୁ ବ୍ରହ୍ମପୁର- ପୁରୀ- ବ୍ରହ୍ମପୁର ସିଧା ସଳଖ ପାସେଞ୍ଜେର ଟ୍ରେନ୍ ଚଳାଇବା ପାଇଁ ଦାବୀ କରି ଆସୁଅଛି କିନ୍ତୁ ଦାବୀ ର ମୂଳ ଉଦ୍ଦେଶ୍ୟ ନ ବୁଝି ଯେଉଁ ଉତ୍ତର ଦେଉଛନ୍ତି ତାହା ପରିତାପର ବିଷୟ ବୋଲି କର୍ତ୍ତୃପକ୍ଷ ଙ୍କୁ ଦୃଢ଼ ସମାଲୋଚନା କରି ସଂଗଠନର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା କହିଛନ୍ତି ବିଭିନ୍ନ ରେଳ ବିଭାଗ ୧୨ ଗୋଟି ଟ୍ରେନ୍ ରେ ଋତକାଳୀନ ଟିକଟ ଦେବା ବେଳେ କେନ୍ଦୁଝର ଗଡ଼ – ଖୋର୍ଦ୍ଧା ରୋଡ଼ ଓ ଅନୁଗୁଳ – ପୁରୀ ସ୍ଵତନ୍ତ୍ର ଟ୍ରେନ୍ ର ରେଜେର୍ଭେସନ୍ ଟିକଟ ବ୍ୟବସ୍ଥା ବାତିଲ କରିଥିବା ବେଳେ ପାଲାସା – ଭୁବନେଶ୍ୱର ଓ ପୁରୀ – ଗୁଣପୁର ଟ୍ରେନ୍ ରୁ ରେଜେର୍ଭେଶନ ବ୍ୟବସ୍ଥା ବାତିଲ କରାଗଲା ନାହିଁ। ଏ ସବୁ ଦେଖିଲେ ମନେ ହୁଏ ପୂର୍ବ ତଟ ରେଳପଥ ଓଡ଼ିଶା ମାଟିରେ ଓଡିଶା ବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ସହ ବୈମାତୃକ ମନୋଭାବ ସୃଷ୍ଟି କରିବା ଏକ ଦୁଃଖ ଦାୟକ୍ ବିଷୟ ।ତେଣୁ ଆଗାମୀ ଦିନରେ ବ୍ରହ୍ମପୁର ଠାରୁ ନିରାକାର ପୂର୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଜନ ସଚେତନତା କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଏହି ବିକ୍ଷୋଭ ରେ ସଂଗଠନର ଉପସଭାପତି ପ୍ରଭାତ କୁମାର ମିଶ୍ର, ସମ୍ପାଦକ ଲଳିତ ମୋହନ ସାହୁ,ଯୁଗ୍ମ ସମ୍ପାଦକ ସିମାଞ୍ଚଳ ପତି, ହିମାଂଶୁ କୁମାର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ଶିବ ପ୍ରସନ୍ନ ମିଶ୍ର, ତରୁଣ କୁମାର ପଣ୍ଡା, ବଂଶୀଧର ଭୂୟାଁ, ଲିଙ୍ଗରାଜ ମହାପାତ୍ର , ଏସ. ଶାମ୍ବ ଶିବ ରାଓ,ଭିକାରୀ ଚରଣ ଗୌଡ଼, ଦାଶରଥି ସାହୁ ପ୍ରମୁଖ ଯୋଗ ଦାନ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.