ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

0 6

କବିସୂର୍ଯ୍ୟନଗର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ l ଉଭୟ ଗୋଷ୍ଠୀର ତିନି ଆହାତ l ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ବାଙ୍କୀବେହେରା ସାହିରେ l ସେହି ସାହିର ବାବୁ ନାୟକ ଙ୍କ ସହିତ ଅଶୋକ ନାୟକ ଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାରପିଟ ହୋଇ ଅଶୋକ ଆହାତ ହୋଇଥିଲେ l ଘଟଣାକୁ କେନ୍ଦ୍ରକରି ଅଶୋକ କିଛି ଯୁବକଙ୍କ ସହିତ ମିଶି ବାବୁ ନାୟକ ଓ ତାଙ୍କ ବଡ ପୁଅ ଶିବ ନାୟକ ଙ୍କ ଉପରକୁ ମରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିଥିଲେ l ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ରାଜେନ୍ଦ୍ର ସେନାପତି ନାମକ ଜେଣେ ବ୍ୟକ୍ତି ଆହାତ ହୋଇଥିବା ବେଳେ ଆକ୍ରମଣ ର ଶିକାର ହୋଇଥିବା ଶିବ ନାୟକ ଗୁରୁତର ଭାବେ ଆହାତ ହୋଇ ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l ଆକ୍ରମଣ କୁ ନେଇ ଥାନରେ କୌଣସି ଏତଲା ଦିଆଯାଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି l ଅନ୍ୟପଟେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ଆକ୍ରମଣ କରାଯାଇଥିବା ଓ ଆକ୍ରମଣ କାରିକୁ ଯଥାଶୀଘ୍ର ଗିରଫ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି l

କବିସୂର୍ଯ୍ୟନଗର ଇପିଏ ରୁ ସରୋଜ ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.