ପେଟ୍ରୋଲ୍‌ର ଅହେତୁକ ଦର ବୃଦ୍ଧି ସାଇକେଲ୍‌କୁ ଆପଣାଉଛନ୍ତି ଜନତା

0 4

ସୁବର୍ଣ୍ଣପୁର : ଦିନକୁ ଦିନ ପେଟ୍ରୋଲ୍ ଓ ଡିଜେଲ୍‌ର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲାଣି । ଗତ ଦୁଇବର୍ଷ ହେଲାଣି ମହାମାରୀ କରୋନାର ମାଡରେ ରୋଜଗାର ହରେଇଥିବା ସାଧାରଣ ଜନତା ଦରଦାମ୍‌ର ଅହେତୁକ ବୃଦ୍ଧିକୁ ସାମ୍ମନା କରୁଛନ୍ତିା କରୋନାର ମୁକାବିଲା କରୁଥିବା ଲୋକମାନେ କରୋନା ସମୟରେ ନିଜର ପରିବାରର ବୋଝ ବୋହିବା ଅସମ୍ଭବ ହୋଇଛି । କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ପ୍ରାୟତଃ ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା । ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଟିକେ ଅଂଟା ସଳଖୁ ଥିବା ବେଳେ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ହେଲାଣି । ଏପରି ସମୟରେ ନିଜ ନିଜ ଗାଡିରେ ତେଲ ପକେଇବା ସେମାନଙ୍କୁ ବହୁତ ବାଧୁଥିବା ନେବେ ନୁଆ ନୂଆ ସାଇକେଲ୍ କିଣୁଛନ୍ତି । ତେବେ ବାଧ୍ୟ ହୋଇ ଲୋକେ ଏବେ ସାଇକେଲ କୁ ଆପଣାଇ ନେବା ସହ ସାଇକେଲଟିଏ କିଣି କାର୍ଯ୍ୟ କ୍ଷେତ୍ରକୁ ଯିବା ଆସିବା ପାଇଁ ଉଚିତ୍ ମନେକଲେଣି । ଏହାଦ୍ୱାରା ଆର୍ଥିକ ବୋଝରୁ କିଛି ମାତ୍ରାରେ ମୁକ୍ତି ମିଳିବ ବୋଲି ସାଇକେଲ ଚାଲକ ମାନେ କହିଛନ୍ତି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.