ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ବିଦ୍ୟୁତ ଦର ବୃଦ୍ଧି ବିରୁଦ୍ଧରେ ସି.ପି ଏମ ର ବିକ୍ଷୋଭ

0 4

କେନ୍ଦ୍ର ସରକାର ଙ୍କ ଜନବିରୋଧୀ ନୀତି ଫଳରେ ଦେଶ ରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦର ଆକାଶ ଛୁଆଁ. ବିଦ୍ୟୁତ କୁ ଘରୋଇ ଟାଟା ପାୱାର ହାତ ରେ ଟେକି ଦେବା ଯୋଗୁଁ ଉପଭୋକ୍ତା ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି ମୋଦୀ ସରକାର ନାସନାଲ ମାନିଟାଇଜେସନ ପାଇପି ଲାଇନ ନୀତି ଦ୍ୱାରା ଦେଶ ର ସମ୍ପଦ କୁ ଅଦାନୀ ଅମ୍ବାନୀ କୁ ବିକିଦେବେ.କୋଭିଡ ରେ ଲୋକ ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ ଗଲା ତାହା ପ୍ରଶ୍ନ ବାଚୀ. କଳା କୃଷି ଆଇନି, ଶ୍ରମିକ ବିରୋଧୀ ଚାରିଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବୀ ନେଇଆଜି ସି ପି ଆଇ (ଏମ )ପକ୍ଷରୁ ପୁରୀ ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ କରାଯାଇ ଦାବୀ ପତ୍ର ଦିଆଯାଇଛି. ଏଥିରେ ଉଲ୍ଲେଖ ଅଛି ଯେ ଲୋକଙ୍କ ଆର୍ଥିକ କ୍ଷମତା ବଢାଇବା ପାଇଁ ଆର୍ଥିକ ପାକେଜ,ଜିନିଷ ପତ୍ର ତୈଳ, ଗ୍ୟାସ ଔଷଧ ପତ୍ର ର ଦର କମାଇବା, ବିଦ୍ୟୁତ କୁ ଘରୋଇ କମ୍ପାନୀ ହାତରୁ ଉଦ୍ଧାର କରିବା, ମନରେଗା ରେ ଦୁଇ ସହ ଦିନ କାମ ଛ ସହ ଟଙ୍କା ମଜୁରୀ, ଦେବା ଦେଶ ରାଷ୍ଟ୍ରାୟତ ଉଦ୍ୟୋଗ କୁ ରକ୍ଷା କରିବା,ବସ୍ତି ଅଞ୍ଚଳ ଲୋକଙ୍କୁ ବାସ ଗୃହ ଯୋଗାଇବା ପ୍ରଭୁତି ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲା ପାଳ ଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଦିଆଯାଇଛି. ଏଥିରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ରେବତୀ ମହାପାତ୍ର,,ମନୋରଞ୍ଜନ ମହାରଣା,ହାରାମଣି ମହାପାତ୍ର, ପୂର୍ଣ୍ଣ ମୁଦୁଲି, ତ୍ରିନାଥ ଭୋଇ, ଲଷ୍ମୀ ଧର ଦାସ, ଅମରେନ୍ଦ୍ର ନନ୍ଦ, ବିଭୁତି ରାଉତରାୟ, ବାହାନ ପରିଡା ପ୍ରମୁଖ ନେତୃତ୍ୱ ନେଇଥିଲେ l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.