ପେନସନ ଭୋଗୀଙ୍କ ଅଧିବେଶନ ଏବଂ ବ୍ରହ୍ମପୁର ଡାକ-ମଣ୍ଡଳର ଡାକ ସପ୍ତାହପାଳନ ଉଦଯାପିତ

0 30

ଡାକ ସପ୍ତାହର ଶେଷ ଦିବସରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ-ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଙ୍କ ପୌରାହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଡାକ-ଜନସମ୍ପର୍କ ଅଧିକାରୀ ଗଣେଶ ଗୌଡ଼ , ବ୍ରହ୍ମପୁର ଅସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ରାମଚନ୍ଦ୍ର ଦାସ,ପ୍ରମୁଖଙ୍କ ସହଯୋଗରେ ପୂର୍ବାହ୍ନ ରେ କଷ୍ଟମର ମିଟ୍ ଓ ଅପରାହ୍ନ ରେ ବରିଷ୍ଠ ନାଗରିକ ଓ ପେନସନ ଭୋଗୀଙ୍କ ଅଧିବେଶନ ଅନୁଷ୍ଠିତ ହେବା ସହ ଚଳିତ ବର୍ଷର ଡାକ ସପ୍ତାହ ଦିବସ ର ଉଦଯାପନ ଯଥା ବିଧିରେ ସମାହିତ ହୋଇଛି ।
ସୂଚନା ଥାଉକି, ଭାରତବର୍ଷର ସ୍ୱାଧୀନତା ଲାଭ ର ପଞ୍ଚସ୍ତରୀବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମ୍ରିତ ମହୋତ୍ସବ ପାଳନ ହୋଇଆସୁଅଛି । ଏ ନେଇ ଭାରତୀୟ ଡାକବିଭାଗ ତରଫରୁ
ଏ ବର୍ଷର ଅନ୍ତର୍ଜାତୀୟ ଡାକ ଦିବସ କୁ ଖୁବ ଜାକଯମକ ରେ ପାଳନ କରାଯାଇଛି l ସବୁ ଡାକଘର ଗୁଡିକୁ ସଫାସୁତୁରା କରି ଡାକ-ବକ୍ସ କୁ ରଙ୍ଗୀନ କରାଯାଇଛି l ଡାକ ସପ୍ତାହ ସକାଶେ ମୁଖ୍ୟ ଡାକଘର କୁ ପାର୍ବଣ ର ତିଥି ଭଳି ରଙ୍ଗୀନ ଆଲୋକରେ ସଜା ଯାଇଥିଲା । ସପ୍ତାହବ୍ୟାପୀ ବ୍ୟଙ୍କିଙ୍ଗ ଦିବସ, ଡାକ-ଜୀବନ ବୀମା ଦିବସ, ଡାକ ଟିକଟ ଦିବସ ଇତ୍ୟାଦି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନଢଙ୍ଗରେ ପାଳନ କରିଆସିଛି। ବ୍ରହ୍ମପୁର ଡାକ ମଣ୍ଡଳ କେନ୍ଦ୍ର ସରକାର ଙ୍କ ଛୁଟି ଦିନରେ ମଧ୍ୟ ବିଜିନେସ ଡେଭଲପମେଣ୍ଟ ଡେ-ଅବସରରେ ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଆୟୋଜିତ କରିଥିଲା ତିନୋଟି ସମlନ୍ତରାଳ ଆଧାର କ୍ୟାମ୍ପ l ବଡ଼ମାଧପୁର ଗ୍ରାମ ପଞ୍ଚାୟତରେ ଏହି ଭ୍ରାମ୍ୟମାଣ ଆଧାର ଶିବିର କୁ ସ୍ଥାନୀୟ ସରପଞ୍ଚ ଶରତ ଖୁଣ୍ଟିଆ ଶୁଭାରମ୍ଭ କରିଥିବାବେଳେ ପାଣ୍ଡିଆ ଓ କୋଦଳା ଠାରେ ବ୍ରହ୍ମପୁର ନର୍ଥ ସବ-ଡିଭିଜନ ର ସହକାରୀ ଡାକ ଅଧିକ୍ଷକ ଚକ୍ରଧର ନାୟକ ଶୁଭାରମ୍ଭ କରିଥିଲେ l ଏହି ଆଧାର ଶିବିର ଗୁଡିକ ରେ ବିପୁଳ ସଂଖ୍ୟା ରେ ନୁଆଁ ଆଧାର ପଞ୍ଜିକରଣ, ସଂଶୋଧନ ତଥା ମୋବଇଲ ନମ୍ବର ଆଧାର ନମ୍ବର ସହ ସଂଯୋଗ କରାଯାଇଥିଲା l ସେହିଭଳି ଡାକ ସପ୍ତାହ ର ଶେଷଦିନରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସର ରେ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଙ୍କ ପୌରାହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି, ଡାକ-ଜନସମ୍ପର୍କ ଅଧିକାରୀ ଗଣେଶ ଗୌଡ଼ , ବ୍ରହ୍ମପୁର ଅସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ରାମଚନ୍ଦ୍ର ଦାସ,ପ୍ରମୁଖଙ୍କ ସହଯୋଗ ରେ ପୂର୍ବାହ୍ନ ରେ କଷ୍ଟମର ମିଟ୍ ଓ ଅପରାହ୍ନ ରେ ବରିଷ୍ଠ ନାଗରିକ ଓ ପେନସନ ଭୋଗୀଙ୍କ ଅଧିବେଶନ ଅନୁଷ୍ଠିତ ହେବା ସହ ଚଳିତ ବର୍ଷର ଡାକ ସପ୍ତାହ ଦିବସ ର ଉଦଯାପନ କରାଯାଇଛି ।

ବ୍ରହ୍ମପୁର ଇପିଏ ରୁ କେ ସତ୍ୟନାରାୟଣ ରେଡି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.