ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ। ଏଥିପାଇଁ ପୌର ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ବିଲ୍ ଗତ ମାସ ୭ ତାରିଖରେ ବିଧାନସଭାରେ ପାରିତ ହୋଇଥିଲା। ବିଲ୍କୁ ରାଜ୍ୟପାଳ ଅନୁମୋଦନ ଦେବାପରେ ଗତକାଲି ରାଜଭବନ ପକ୍ଷରୁ ତାହାକୁ ଆଇନ ବିଭାଗକୁ ପଠାଇ ଦିଆଯାଇଛି। ତେଣୁ ଆଇନ ବିଭାଗ ପକ୍ଷରୁ ଯେ କୌଣସି ସମୟରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ବାଟ ଫିଟିବ।
ତେବେ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଉପରେ ଧ୍ୟାନ ରଖିଥିବାରୁ ସେହି ସମୟରେ ପୌର ନିର୍ବାଚନ ହେବାର ସମ୍ଭାବନା କମ୍। ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ପୌର ନିର୍ବାଚନ ହୋଇପାରେ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )