ପୋଖରୀରେ ଉଦ୍ଧାର ହେଲା ମହିଳାଙ୍କ ଗଳିତ ମୃତଦେହ

0 24

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗ୍ରାମରେ ପୋଖରୀରେ ଭାସୁଛି ଅପରିଚିତ ମହିଳାଙ୍କ ମୃତ ଦେହ l ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ର ତଦନ୍ତ.ସୂଚାନୁଯାୟୀ ଆଜି ସକାଳୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ଭରୋଳି ପଞ୍ଚାୟତ ତଳାଙ୍ଗ ଦକ୍ଷିଣସାହି ବିଜୟ ମଲ୍ଲିକଙ୍କ ଘର ପଛପଟେ ଥିବା ପୋଖରୀରେ ଏକ ଗଳିତ ମୃତଦେହ ଭାସୁଥିବାର ଲୋକେ ଦେଖିଥିଲେ l ଶବଟି ଭାସୁଥିବାର ଦେଖି ଲୋକେ ସଙ୍ଗେସଙ୍ଗେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ.ପରେ ଘଟଣାସ୍ଥଳରେ ପୋଲିସ ପହଂଚିବା ସହ ଭଦ୍ରକ ଦମକଳ ବାହିନୀ ପହଂଚି ଗଳିତ ମୃତଦେହକୁ ଉଦ୍ଧାର କରିଛି l ମୃତଦେହ ଟି ଏକ ମହିଳାର ହୋଇଥିବା ବେଳେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି l ମୃତ ମହିଳା ଜଣକ କିଏ ଓ ତାଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ଥିବାବେଳେ କେହି ଦୁର୍ବୁତ୍ତ ମାରି ପୋଖରୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି l

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.