ପୋଖରୀରେ ବୁଡି ନାବାଳିକା ମୃତ

0 11

ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମର ଭଗବାନ ମହାଙ୍ଗୁଡ ଙ୍କ ଝିଅ ଆଳସୀ ମହାଙ୍ଗୁଡ (୧୫ ) ୪ ଘଣ୍ଟ ସମୟରେ ଶୌଚ ହେବା ପାଇଁ ଭଣ୍ଡାରୀ ଢେପ ଘାଇକୁ ଯାଇଥିଲେ। ବହୁ ସମୟ ବିତିଗଲା ପରେ ଝିଅ ନ ଫେରିବାରୁ ସନ୍ଧେହ ରେ ଗ୍ରାମବାସୀ ଘାଇ ପାଖକୁ ଯାଇ ଖୋଜାଖୋଜି କରିଥିଲେ। ଘାଇର ଗଭୀରତା ବେସି ରହିଥିବା ରୁ ଗୋଡ଼ ଖସି ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି। ଝିଅ କୁ ଉଦ୍ଧାର କରି ପୋଲସରା ପୋଲିସ କୁ ଖବର ଦେଇଥିଲେ। ପରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲସରା ଥାନାରେ। ଅପମୁର୍ତ୍ୟୁ ମାମଲା ରୁଜୁ କରିବା ସହ ଶବ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ଝିଅ ଆଳସୀ ଜନ୍ମ ହେବା ପରେ ବାପା ଓ ପରେ ମାଆ ମୃତ୍ୟୁ ବରଣ କରିଛନ୍ତି। ଭାଇ ଭଉଣୀ ମିଶି ଜେଜେ ବାପା ଙ୍କ ପାଖରେ ରହୁଥିବା ବେଳେ ଭଉଣୀର ଅଚାନକ ମୃତ୍ୟୁ କୁ ନେଇ ଭାଇ ଦୁଃଖରେ ଭାଙ୍ଗିପଡିଥିବା ଜଣା ପଡ଼ିଛି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.