ପୋଲସରା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ

0 14

ପୋଲସରା : ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପୋଲସରା ଶାଖା ପକ୍ଷରୁ ପୋଲସରା ବ୍ରାହ୍ମଣ ସାହି କୋଠ ଘର ଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି l ଏ ଅବସରରେ ପୋଲସରା ସଙ୍ଘର ସଭାପତି ସୁବ୍ରତ ବେହେରାଙ୍କ ପରିଚାଳନାରେ ତଥା ଯୁବ ସାମ୍ବାଦିକ ସିମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ସଙ୍ଘର ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସପ୍ତାହିକ ପତ୍ରିକା ଆଧାର ଓଡିଶାର ସମ୍ପାଦକ ଡ଼.ଜ୍ୟୋତିର୍ମୟ ପଟ୍ଟନାୟକ, ଓ ସମ୍ମାନିତ ଅତିଥି ଭାବେ ବୁଗୁଡା ମିଡିଆ କ୍ଲବର ଉପସଭାପତି ମନୋରଞ୍ଜନ ଦାସ,ସମାଜସେବୀ ଇଂ ବସନ୍ତ କୁମାର ଦଳେଇ, ଏବଂ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ। ନୂତନ ସଦସ୍ୟ ଭାବେ ଉତ୍କଳ ସାମ୍ବାଦିକ ସଂଘରେ ସାମିଲ ହୋଇଥିବା ପୋଲସରା ଅଞ୍ଚଳର ଯୁବ ସାମ୍ବାଦିକ ଶିବରାମ ଗୌଡ଼, ରବୀନ୍ଦ୍ର ନାଥ ପ୍ରଧାନ, ମଣ୍ଟୁ ନାୟକଙ୍କୁ ପୋଲସରା ସଙ୍ଘ ତରଫରୁ ସ୍ୱାଗତ କରାଯିବା ସହ ଉପଢୌକନ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଅତ୍ରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଘର ଉପସଭାପତି ଅକ୍ଷାନ୍ତ କୁମାର ମିଶ୍ର, ସହ ସମ୍ପାଦକ ରତ୍ନାକର ଗୌଡ଼, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମହାରଣା, ରୋହିତ ପ୍ରଧାନ,ବସନ୍ତ କୁମାର ସାହୁ,ଜଗଦୀଶ ରାଉତ, ଟି.ଶରତ କୁମାର ସୁବୁଦ୍ଧି, ପ୍ରଗତିବନ୍ଧୁ ଦାସ, ବରିଷ୍ଠ ନାଗରିକ ରଘୁନାଥ ସାହୁ, ରାଜେନ୍ଦ୍ର ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ପୋଲସରା (ଗଞ୍ଜାମ) ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.