ପୋଲସରା ବନ୍ଦ କୁ ସଫଳ କରିବା ପାଇଁ ମିଳିତ ବୈଠକ ରେ ନିଷ୍ପତ୍ତି

0 10

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆ ଯାଇଥିବା ୨୭ ତାରିଖ ଭାରତ ବନ୍ଦ କୁ ପୋଲସରା ରେ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଆଜି ଏଠାରେ ଅନୁଷ୍ଠିତ ମିଳିତ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ରତନୀ ଠାକୁରାଣୀ ମନ୍ଦିର ପରିସର ରେ ବରିଷ୍ଠ କୃଷକ ନେତା ଦଣ୍ଡପାଣି ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭ ରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ ନେତା ହରି ହର ପାତ୍ର ବନ୍ଦ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଏହା ପରେ ରୁଷିକୁଲ୍ୟା ରୟତ ମହାସଭା ର ପୋଲସରା ବ୍ଳକ କମିଟି ସଭାପତି ସତ୍ୟବାନ ପ୍ରଧାନ , ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ର ଗଞ୍ଜାମ ଜିଲ୍ଲା କମିଟି ସଭ୍ୟ ନିରଞ୍ଜନ ଶବର ଏବଂ କଂଗ୍ରେସ ନେତା ଭୋବନି ସାହୁ ପ୍ରମୁଖ ବନ୍ଦ କୁ ସଫଳ କରିବା ସକାଶେ ନିଜ ନିଜର ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା , ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ପୋଲସରା ବ୍ଳକ ସଭାପତି ପବନା ଶବର , ସମ୍ପାଦକ ରଞ୍ଜନ ଶବର , ଦୁର୍ଯୋଧନ ରାଉତ , ନଗରବାସି ପ୍ରଧାନ , ଲଡୁ ଶବର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ୨୫ ତାରିଖ ଦିନ ବନ୍ଦ ସପକ୍ଷରେ ମୋଟର ସାଇକେଲ ରାଲି କରି ବ୍ୟାପକ ପ୍ରଚାର ଅଭିଯାନ ଚଳାଇବା ପାଇଁ ମଧ୍ୟ ବୈଠକ ରେ ନିଷ୍ପତ୍ତି ହୋଇଥିଲା।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.