ପୋଲସରା ରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

0 18

ସମଗ୍ର ଦେଶରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତ ରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ବିଚାରପତି ଶ୍ରୀମତୀ ସୁହାନି ପଟ୍ଟନାୟକ ଙ୍କ ଅଦାଲତ ରେ ୧୬ ଟି ମୋକଦ୍ଦମା ର ବିଚାର ପାଇଁ ଉପସ୍ଥାପିତ କରା ଯାଇଥିଲା। ସେଥି ମଧ୍ୟରୁ ୧୧ ଟି ମୋକଦ୍ଦମା ର ଫୈସଲା କରା ଯାଇଥିବା ବେଳେ ୫ ମୋକଦ୍ଦମା ର ଫୈସଲା ହୋଇ ପାରି ନଥିବା ଜଣା ଯାଉଛି। ଆଜିର ଲୋକ ଅଦାଲତ ପରିଚାଳନା ରେ ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନ , ବରିଷ୍ଠ କିରାଣୀ ପ୍ରଦୀପ କୁମାର ଶତପଥି , ଟାଇପିଷ୍ଟ ଶ୍ରବଣ କୁମାର ସାହୁ ଓ କନିଷ୍ଠ କିରାଣୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

ଗଞ୍ଜାମ ଜିଲ୍ଲା ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.