ପୋଲିଓ ଟୀକା ନେଇ ମୃତ୍ୟୁ ବରଣ କରିଥିବା ଶିଶୁ ର ପରିବାର କୁ କ୍ଷତି ପୂରଣ ଦାବି

ପୋଲିଓ ଟୀକା ନେଇ ମୃତ୍ୟୁ ବରଣ କରିଥିବା ଶିଶୁ ର ପରିବାର କୁ କ୍ଷତି ପୂରଣ ସହିତ ସ୍ଵାସ୍ତ୍ୟ କର୍ମୀ ଙ୍କ ବିରୋଧ ରେ ବିହିତ ପଦକ୍ଷେପ ନେବା ଦାବି ରେ ଭଦ୍ରକ ଏସପି ଅଫିସ ସମୁଖ ରେ ଗଣ ଧାରଣା. ଅଶୀର୍ବାଦ ସଂଗଠନ ନେତୃତ୍ୱ ରେ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନାଗୁଆ ଗ୍ରାମ ବାସି ଙ୍କ ଧାରଣା. ଏହି ଗ୍ରାମର ବିକାଶ ଜେନା ଙ୍କ ଶିଶୁ ପୁତ୍ର ର ଦେହ ଖରାପ ଥିବା ଜାଣି ମଧ୍ୟ ପୋଲିଓ ଟୀକା ନଗୁଆ ସ୍କୁଲ ରେ ସ୍ୱାସ୍ଥ୍ୟ କର୍ମୀ ମାନେ ଗତ 15 ତାରିଖ ଦିନ ଦେଇଥିଲେ. ସେତବେଳେ ତାଙ୍କ ପିତା ମାତା ଟୀକା କୁ ବିରୋଧ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଜଣଙ୍କ ଶିଶୁ ଟିକୁ ଟୀକା ପ୍ରଦାନ କରିଥିଲେ. ତେବେ ଟୀକା ନେବା ପରେ ହଟାତ ଶିଶୁ ଟି ଅସୁସ୍ଥ ହୋଇ ପଡିବା ସହିତ ମୃତ୍ୟୁ ବରଣ କରିଥିଲା.ପରେ ଶିଶୁର ବାପା ଏ ସମ୍ପର୍କ ରେ ଭଣ୍ଡାରିପୋଖରୀ ଗୋଷ୍ଟି ସ୍ଵାସ୍ତ୍ୟ ଅଧିକାରୀ ଓ ସ୍ଥାନୀୟ ପୋଲିସ କୁ ଜଣାଇ ଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ. ଶେଷରେ ସେମାନେ ଆଜି ଆଶୀର୍ବାଦ ସଂଗଠନ ର ଅଧକ୍ଷା ମଞ୍ଜୁଲତା ସ୍ୱାଇଁ ଙ୍କ ନେତୃତ୍ୱ ରେ ଗ୍ରାମର ମହିଳା ମାନେ ଏହି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ଭଦ୍ରକ ଏସପି ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣା ଦେଇଛନ୍ତି. ପରେ ଏସପି ସେମାନଙ୍କ ସହିତ ଆଲୋଚନା କରିବା ସହିତ ନିୟମ ଅନୁଯାଇ ତଦନ୍ତ କରାଯିବାକୁ ସଂଗଠନ ର ଅଧକ୍ଷା କହିଛନ୍ତି

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )